ଦିନିକିଆ ସିରିଜ: ଶ୍ରୀଲଙ୍କାରେ ପହଞ୍ଚିଲେ ରୋହିତ ଶର୍ମା ଓ ବିରାଟ କୋହଲି

ଓଡ଼ିଆ ବାର୍ତ୍ତା/ କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପରେ ଭାରତ ଘରୋଇ ଦଳ ସହ ଦିନିକିଆ କ୍ରିକେଟ ସିରିଜ ଖେଳିବ। ଏହି ସିରିଜରେ ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇତି ମଧ୍ୟରେ ଶ୍ରୀଲଙ୍କାରେ ପଂହଚିଛନ୍ତି। ସୂଚନାଯୋଗ୍ୟ, ରୋହିତ ଏବଂ କୋହଲି ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି। ଉଭୟ ଅଭ୍ୟାସ ସେଶନରେ ଯୋଗ ଦେଇ ପ୍ରସ୍ତୁତି ଆରମ୍ଭ କରିବେ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ମଙ୍ଗଳବାର ଅନ୍ତିମ ଟି୨୦ ମ୍ୟାଚ ଖେଳିବ। ଭାରତ ୨ଟି ମ୍ୟାଚ ଜିତି ଆଗୁଆ ସିରିଜ ଜିତି ନେଇଛି। ରୋହିତ, କୋହଲି, କୂଲଦୀପ ଯାଦବ ଟି୨୦ ବିଶ୍ୱକପ ପରେ ପୂନର୍ବାର ପଡିଆକୁ ଓହ୍ଲାଇବେ।

ଶ୍ରେୟାଶ ଆୟାର ମଧ୍ୟ ଦଳ ସହିତ ଯୋଗ ଦେଇଛନ୍ତି। ସହାୟକ କୋଚ ଅଭିଷେକ ନାୟରଙ୍କ ପ୍ରତ୍ୟକ୍ଷ ତତ୍ୱାବଧନରେ ସେମାନେ ଅଭ୍ୟାସ କରିବେ। ଶ୍ରୀଲଙ୍କା ବିପକ୍ଷ ୩ଟି ଯାକ ଦିିନିକିଆ ମ୍ୟାଚ ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । କୋଚ ଗୌତମ ଗମ୍ଭୀର ଓ ରୋହିତ ପ୍ରଥମ ଥର ପାଇଁ ଏକତ୍ର ଅଭିଯାନ ଆରମ୍ଭ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.