ଲାଞ୍ଜିଗଡ଼ ବ୍ଳକର ବିଭିନ୍ନ ସ୍ଥାନରେ ମହାପ୍ରଭୂ ଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା

ଲାଞ୍ଜିଗଡ଼,୪/୭ : କୋଟି ଓଡିଆର ମଉଡମଣି ବିଶ୍ବନିୟନ୍ତା ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ବିଭିନ୍ନ ସ୍ଥାନରେ ହର୍ଷଉଲ୍ଲାସର ସହ ସଂପନ୍ନ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ଲାଞ୍ଜିଗଡ଼ ଠାରେ ମହାପ୍ରଭଙ୍କ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପାଳିତ ହୋଇଯାଇଛି। ଅପରାହ୍ନ ୪ଟାରେ ପହଣ୍ଡି ଓ ୫ଟାରେ ଛେରାପହଁରା ପରେ ତିନି ଠାକୁରଙ୍କୁ ରଥାରୁଢ଼ କରାଯିବା ସହ ରଥ ଟଣାଯାଇଥିଲା। ଶ୍ରୀ ହରିହର ସାଂସ୍କୃତିକ ଅନୁଷ୍ଠାନ ଓ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଏହି ଯାତ୍ରାର ପରିଚାଳନା କରାଯାଇଥିଲା। ମଗାପ୍ରଭୂ ମାନଙ୍କୁ ରଥ ଉପରେ ଦର୍ଶନ କରିବାକୁ ଅଞ୍ଚଳର ବହୁ ସଂଖ୍ୟକ ଭକ୍ତ ମାନେ ଉପସ୍ଥିତ ଥିବା ସହ ବେଦାନ୍ତ କମ୍ପାନୀର ଅନ୍ୟ ରାଜ୍ୟରୁ ଆସିଥିବା ବହୁ କର୍ମଚାରୀ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଲାଞ୍ଜିଗଡ଼ ଥାନା ସମସ୍ତ ପୋଲିସ କର୍ମୀ ସହଯୋଗ କରିଥିଲେ।ସେହିପରି ବ୍ଲକର ଲାଞ୍ଜିଗଡ଼ ରୋଡ଼, ମୁଷାନାଳ, ରାମଚନ୍ଦ୍ର ପୁର ଓ କମର୍ଦ୍ଧା ଠାରେ ଶ୍ରୀଜିଉଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.