କଲାକୂପା-ମୂଷାନାଳ ନବୀକରଣ ରାସ୍ତା ଶୋଚନୀୟ: ବାଇପାସ୍ ରାସ୍ତାରେ ଫସିଲା ଟ୍ରକ୍, ଯାତ୍ରୀ ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଳକୂପା ଠାରୁ ମୂଷାନାଲକୁ ସଂଯୋଗ କରଥିବା ମୁଖ୍ୟ ରାସ୍ତା ଏବେ ନବୀକରଣ କରାଯାଉଛି। ହେଲେ ଅସରାଏ ବର୍ଷାରେ ଅଧିକାଂଶ ସ୍ଥାନରେ କଲବଟ୍ ଓ ବାଇପାସ୍ ରାସ୍ତା କାଦୁଅ ହେଉଥିବା ବେଳେ ଲାଖବାହାଳି ୫ଟି ସ୍କୁଲ ପାଖରେ ଥିବା ବାଇପାସ୍ ରାସ୍ତା କାଦୁଅ ହେଉଥିବାରୁ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହେଉଛି। ଲାଞ୍ଜିଗଡ଼ ଏକ ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ଥିବାବେଳେ ଏହି ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଏକ ମାତ୍ର ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହି ଅଞ୍ଚଳର ଜନସାଧାରଣ ବ୍ଲକ ମୁଖ୍ୟାଳୟ ଲାଞ୍ଜିଗଡ଼କୁ ବିଭିନ୍ନ କାର୍ଯ୍ୟ ନେଇ ଯିବା ଆସିବା କରିଥାଆନ୍ତି। ତେବେ ଏହି ନବୀକରଣ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ଫଳରେ ବର୍ଷା ଦିନେ ଏହି ରାସ୍ତା ଲୋକଙ୍କ ପାଇଁ ବାଧକ ସାଜୁଛି ବୋଲି ଲୋକେ କହୁଛନ୍ତି। ଏହି ରାସ୍ତା କାମ ପ୍ରଶସ୍ତିକରଣ କି ନବୀକରଣ ହେଉଛି ତାହା ଲୋକଙ୍କୁ ମଧ୍ୟ୍ୟ ଜଣାନାହିଁ ଏହା ସହିତ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି।

ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ଓ ଠିକାଦାରର ମନଇଛା ରାସ୍ତାରେ ମୁରୁମ ମାଟି ବଦଳରେ ନାଲି ମାଟି ବ୍ୟବହାର କରୁଥିବା ନେଇଁ ଲୋକେ ଅଭିଯୋଗ ମଧ୍ୟ କରିଥିଲେ। ଏହି ରାସ୍ତାକୁ ବିଭାଗୀୟ ଯନ୍ତ୍ରୀ ତଦାରଖ କରୁନଥିବା ବେଳେ ଠିକାଦାର ସଂସ୍ଥାର କର୍ମଚାରୀ ମାନେ ମନ ଇଚ୍ଛା ଓ ତରବରିଆ ଭାବରେ କାମ ଶେଷ କରି ନେଉଛନ୍ତି। ଯାହାଫଳରେ ଅସରାଏ ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡୁଛି। ନୀତି ଦିନ ଏହି ରାସ୍ତାରେ ଯାତ୍ରୀବାହି ବସ ସମେତ ଅନେକ ଯାନବାହାନ ଯାତାୟାତ କରୁଛି ହେଲେ ବାଇପାସ୍ ରାସ୍ତା ଅତି ଶୋଚନୀୟ ହୋଇ ଥିବାରୁ ଅନେକ ଯାନବାହାନ ଫସି ରହୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ ସତ୍ବେ ବିଭାଗୀୟ ଅଧିକାରୀ ଓ ଦାଇତ୍ୱରେ ଥିବା ଯନ୍ତ୍ରୀ ହସ୍ତକ୍ଷେପ କରି ରାସ୍ତାର ସୁଧାର ଆଣି ଲୋକଙ୍କୁ ସୁରକ୍ଷା ପାଇଁ ଦୃଷ୍ଟିରୁ ଏହାର ଜରୁରୀକାଳୀନ ସମାଧାନ କରିବାକୁ ଲୋକେ ଦାବି କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.