ଭଇଁରିପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ଶ୍ରେଣୀ ଉଦ୍ଘାଟନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ରେଙ୍ଗାଲପାଲି କ୍ଳଷ୍ଟର ଭଇଁରିପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ଶ୍ରେଣୀର ଉଦ୍ଘାଟନ ହୋଇଯାଇଅଛି। ଭଇଁରିପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ସମାରୋହରେ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ, ସମ୍ମାନୀତ ଅତିଥି ଭାବରେ ଅତିଥି ଭାବେ ଜୟପାଟଣା ସମ୍ବାଦର ପ୍ରତିନିଧି ଶରତଚନ୍ଦ୍ର ରାଉତ, ଯୁବ ସଙ୍ଗଠକ ମଳୟ ରାଉତ, ପ୍ରମୁଖ ମଞ୍ଚାସୀନ ରହିଥିଲେ।

ଚଳିତ ୨୦୨୪-୨୫ ଶିକ୍ଷା ବର୍ଷରେ ୧୨୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଆସନ ଥିବା ବେଳେ ଏପର୍ଯ୍ୟନ୍ତ ୪୪ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ସରିଥିବା ବେଳେ ପାଞ୍ଚ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ତନ୍ମଧ୍ୟରୁ ଅର୍ଥନୀତି, ଇତିହାସ, ଓଡ଼ିଆ, ଇଂରାଜୀ, ରାଜନୀତି ବିଜ୍ଞାନ, ପାଇଁ ଇଣ୍ଟର୍ଭ୍ୟୁ ମାଧ୍ୟମରେ ଅତିଥି ଅଧ୍ୟାପକ ଚୟନ କରାଯାଇଛି।

ଅଞ୍ଚଳରେ ଯୁକ୍ତ ଦୁଇ କଳା ଶ୍ରେଣୀ ଖୋଲି ଥିବା ହେତୁ ଛାତ୍ରଛାତ୍ରୀଙ୍କ ମନରେ ଏବଂ ଅଞ୍ଚଳରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ସଂସ୍କୃତ ଶିକ୍ଷକ ସୁନିଲ ଶବର ପରିଚାଳନା କରିଥିବା ବେଳେ ଶିକ୍ଷକ ସୂର୍ଯ୍ୟମଣି ପାତ୍ର, ହିନ୍ଦୀ ଶିକ୍ଷକ ଦୀପକ ପଟ୍ଟନାୟକ, କନିଷ୍ଠ କିରାଣୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ତଥା ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.