ପ୍ରଥମ ଦିନିକିଆ ମ୍ୟାଚ୍; ଶ୍ରୀଲଙ୍କା ଠାରୁ ହାରିଲା ଟିମ୍ ଇଣ୍ଡିଆ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ କଲମ୍ବୋରେ ଖେଳାଯାଇଥିଲା। ଏହି ଲୋ ସ୍କୋରିଂ ମ୍ୟାଚରେ ଭାରତୀୟ ଦଳ ୨୩୧ ରନର ଟାର୍ଗେଟ ହାସଲ କରିନପାରି ୨୩୦ ରନରେ ଅଲଆଉଟ ହୋଇଯାଇଛି। ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ମାତ୍ର ୧ ରନ୍ ଦରକାର ଥିଲା ଏବଂ ୨ ୱିକେଟ୍ ବାକି ଥିଲା, କିନ୍ତୁ ଶ୍ରୀଲଙ୍କା ଅଧିନାୟକ ଚରୀଥ ଅସଲଙ୍କା ଲଗାତାର ୨ଟି ବଲରେ ଶିବମ୍ ଦୁବେ ଓ ଅର୍ଶଦୀପ ସିଂହଙ୍କ ୱିକେଟ୍ ପାଇ ଟିମ୍ ଇଣ୍ଡିଆକୁ ବିଜୟରୁ ରୋକିଥିଲେ ଏବଂ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି।କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ସ୍ପିନରଙ୍କ ଆଧିପତ୍ୟ ଯୋଗୁଁ ରୋମାଞ୍ଚକର ସାବ୍ୟସ୍ତ ହୋଇଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୨୩୦ ରନ୍ କରିଥିଲା। ଯୁବ ଅଲରାଉଣ୍ଡର ଡୁନିଥ ୱେଲାଲେଜ ଚମତ୍କାର ଇନିଂସ ଖେଳି ୬୭ ରନ୍ କରିଥିଲେ। ଏହା ବ୍ୟତୀତ ଶ୍ରୀଲଙ୍କାର ଓପନର ପାଥୁମ ନିସାଙ୍କା ମଧ୍ୟ ୫୬ ରନ୍ କରିଥିଲେ। ସେହିପରି ୱାନିନ୍ଦୁ ହସରଙ୍ଗା ମଧ୍ୟ ୨୪ ରନ୍ ଯୋଗଦାନ ଦେଇ ଦଳକୁ ସମ୍ମାନ ଜନକ ସ୍କୋରକୁ ଆଣିଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ଅର୍ଶଦୀପ ସିଂହ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

Omkar Vasthu
Omkar Vasthu

ଏହାପରେ ଭାରତୀୟ ଦଳର ପାଳି ଆସିଥିଲା। ଅଧିନାୟକ ରୋହିତ ଶର୍ମା ଆକ୍ରମଣାତ୍ମକ ଆରମ୍ଭ କରି ମାତ୍ର ୩୩ ବଲ୍ ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ସହଜରେ ଜିତିବ ବୋଲି ମନେ ହେଉଥିଲା, କିନ୍ତୁ ଏଠାରୁ ଭେଲାଲେଜ୍ ବୋଲିଂ ଆରମ୍ଭ କରିଥିଲେ ଏବଂ ଶୀଘ୍ର ଶୁଭମନ ଗିଲ୍ ଓ ରୋହିତଙ୍କ ୱିକେଟ୍ ପାଇଥିଲେ। ସେହିପରି ବିରାଟ କୋହଲି, ୱାଶିଂଟନ ସୁନ୍ଦର, ଶ୍ରେୟସ ଆୟର ମଧ୍ୟ ଅଧିକ ସମୟ ରହିପାରିନଥିଲେ ଏବଂ ଶ୍ରୀଲଙ୍କା ସ୍ପିନରମାନେ ମଧ୍ୟ ମ୍ୟାଚ୍ ରେ ନିଜର ଦବଦବା ଜାହିର କରିଥିଲେ। କେଏଲ୍ ରାହୁଲ ଓ ଅକ୍ଷର ପଟେଲଙ୍କ ୫୭ ରନ୍ ର ଭାଗିଦାରୀ ବିଜୟ ଆଶାକୁ ଉଜ୍ଜୀବିତ କରିଥିଲା କିନ୍ତୁ ହସରଙ୍ଗା ଓ ଅସଲଙ୍କା ଉଭୟର ୱିକେଟ୍ ପାଇଥିଲେ। ଶିବମ ଦୁବେ ଏଠାରୁ ଇନିଂସ ହାତକୁ ନେଇ ଦୃଢ଼ ବ୍ୟାଟିଂ ସହ ସ୍କୋରକୁ ସମାନ କରିଥିଲେ। ଦଳକୁ ୧୫ ବଲରେ ୧ ରନ୍ ଦରକାର ଥିଲା ଏବଂ ୨ ୱିକେଟ୍ ବାକି ଥିଲା, କିନ୍ତୁ ଅସଲାଙ୍କା ଲଗାତାର ବଲରେ ଶିବମ୍ ଓ ଅର୍ଶଦୀପ ସିଂହ ଏଲ୍ ବିଡବ୍ଲ୍ୟୁଙ୍କୁ ଆଉଟ୍ କରି ମ୍ୟାଚ୍ ଟାଇ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.