ଚାଲିଛି ସାନ୍ଦୁଲ ବ୍ରିଜ ମରାମତି କାମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ନିକଟସ୍ଥ ସାନ୍ଦୁଲ ସେତୁ ଗତ ସପ୍ତାହରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହେରାପାଟି ଦିଗରେ ମାଟିଖାଇ ବିପଦ ସଂକୁଳ ହୋଇ ପଡିଥିଲା। କେବଳ ବ୍ରିଜ ପାଶ୍ୱସ୍ଥ ରାସ୍ତାର ମାଟି ଖାଇଯାଇଥିଲା ତା ନୁହଁ। ରାସ୍ତା ପ୍ରଶସ୍ଥି କରଣ କାର୍ଯ୍ୟ ପାଇଁ ୧୯୭୦ ମସିହାରେ ନିର୍ମିତ ଜରାଜୀର୍ଣ୍ଣ ସାନ୍ଦୁଲ ବ୍ରିଜ ଭଙ୍ଗାଯିବ। ଏହାର ଟେଣ୍ଡର ମଧ୍ୟ ସରିଯାଇଛି। ସଂପୃକ୍ତ ଠିକାଦାର ଏଥିପାଇଁ ନଦୀ ମଝିରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରିଥିବା ବାଇପାସ ରାସ୍ତା ମଧ୍ୟ ବଢିପାଣି ଧୋଇ ନେଇଛି। ଅବଶ୍ୟ ଠିକାଦାର ଏ ବାବଦକୁ କୌଣସୀ ବିଲ ପତ୍ର ପାଇନଥିଲେ। କାମ ଆରମ୍ଭରୁ ସମ୍ପୃକ୍ତ ଠିକାଦାର ତାଙ୍କ ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ ଭରଣା କରିବ। ତାପରେ ଯାଇ ଏବାବଦକୁ ବିଲ ମିଳିବ ବୋଲି ଜଣାପଡିଛି। ଗତକାଲି ଶନିବାର ଠାରୁ ବ୍ରିଜର ବେହେରାପାଟି ମୁଣ୍ଡ ପଟେ ରାସ୍ତାକୁ ବଢିପାଣି ଖାଇଥିବାରୁ ଏହାକୁ ମରାମତି କରୁଛି ପିଡବ୍ଲୁଡି ବିଭାଗ। ବସ୍ତାରେ ବାଲି ଭର୍ତ୍ତି କରି ରାସ୍ତାର ଖାଇ ମଧ୍ୟରେ ପେକିଂ କରୁଥିବା ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

ସାନ୍ଦୁଲ ବ୍ରିଜ ବହୁ ପୁରାତନ ବ୍ରିଜ ହୋଇଥିବାରୁ ଏହା ସ୍ଥାନେ ସ୍ଥାନେ ଭାଙ୍ଗିଯାଇ ବଡ ବଡ ଗାତ ସୃଷ୍ଟି ହେବା ସହ ବ୍ରିଜ ମଧ୍ୟସ୍ଥ ରଡ ଗୁଡିକ ଫୁଟିକି ରାସ୍ତାକୁ ବାହାରି ପଡିଛି। ଫଳରେ ଯାନ ବାହାନ ଗୁଡିକ ଯିବା ଆସିବାରେ ଅନେକ ସମସ୍ୟା ସୃଷ୍ଟି ହେଉଥରଲା। ଏନେଇ ବାରମ୍ବାର ପ୍ରଗତିବାଦୀ ଖବର କାଗଜରେ ଖବର ପ୍ରକାଶନ ପରେ ବିଭାଗ ଗେଟି ସିମେଣ୍ଟ ଦେଇ ବ୍ରିଜଟିକୁ ମରାମତି କରିଛି। ଗତ ୧୯୯୨ ମସିହାରେ ବଡ ଧରଣର ବର୍ଷାରେ ବଢିପାଣି ନର୍ଲାପଟ ରାସ୍ତାକୁ ଭସେଇ ନେଇଯିବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇପଡିଥିଲା। ସେତେବେଳେ ମଧ୍ୟ ବାଇପାସ ରାସ୍ତା ନିର୍ମାଣ କରାଯାଇ ଦୁଇମାସ ପର୍ଯ୍ୟନ୍ତ କାମ ଚଳା ଯାଇଥିଲା। ବର୍ଷାଦିନ ଗଲାପରେ ପୁରୁଣା ସାନ୍ଦୁଲ ବ୍ରିଜକୁ ଭାଙ୍ଗି ନୂଆ ବ୍ରିଜ ନିର୍ମାଣ କରାଯିବ ବୋଲି ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.