ଡେଙ୍ଗ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି: ୧୯୬ ପଞ୍ଜିକରଣ, ଗାଈ ଗୁହାଳ ଓ ଆବାସ ଯୋଜନାରୁ ହିତାଧିକାରୀ ବଞ୍ଚିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଡେଙ୍ଗ ପଞ୍ଚାୟତ ଗୃହ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା l ଗତ ୨୦୦୩ ମସିହାରେ ବୁର୍ଡା ଗାଁର ସୁରେଶ ସରବ ନାମକ ଜୈନିକ ବ୍ୟକ୍ତି ଆବାସ ଯୋଜନା ମିଳିଥିବା ବେଳେ ତାହା ନିର୍ମାଣ ହୋଇପାରି ନଥିଲା l ବର୍ତମାନ ସେ କିଡ଼ନୀ ରୋଗ ପୀଡିତ ଥିବା ଯୋଗୁଁ କୋଣସି ସରକାରୀ ସାହାଯ୍ୟ ତଥା ଆବାସ ଯୋଜନାରେ ସାମିଲ କରିବା ପାଇଁ ତାଙ୍କ ପତ୍ନୀ ସାବିତ୍ରୀ ସରବ ଦାବୀ କରିଛନ୍ତି l ଏହି ପଞ୍ଚାୟତର ଡେଙ୍ଗ ଗାଁସାଥି ଗୀତାଞ୍ଜଳି ରଣା ଓ ମଞ୍ଜୁ ରଣା ଉଭୟ ଗାଁରେ ଆଜିକୁ ଦୀର୍ଘ ବର୍ଷ ହେଲା କୋୖଣସି ମନରେଗା ଯୋଜନା କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ କରିଛନ୍ତି l ଏ ନେଇ ବାରମ୍ବାର ଜିଆରଏସଙ୍କୁ ଗୁହାରୀ କରିଥିଲେ ମଧ୍ୟ କୋଣସି ସଫଳ ମିଳିପାରିନାହିଁ ବୋଲି ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ l

Omkar Vasthu
Omkar Vasthu

ସେହିପରି ବ୍ରାହ୍ମଣୀ ହରିଜନ ପଡାରେ ଆଜକୁ ଦୀର୍ଘ ବର୍ଷ ହେଲା ଲୋକେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣରୁ ବଞ୍ଚିତ ଥିବା ନେଇ ଗାଁର ଜିତୁ କୁମ୍ଭାର, ବୀଣା ବାରିକ, କ୍ଷୀରସିନ୍ଧୁ କୁମ୍ଭାର ତେଣୁ ପ୍ରଶାସନ ପଦକ୍ଷେପ ନେବା ପାଇଁ ଅଭିଯୋଗ କରିଥିଲେ l ବ୍ରାହ୍ମଣୀ ଠାରେ ଥିବା ପୋଖରୀକୁ ପ୍ରଶାସନ ତରଫରୁ କୋଣସି ରକ୍ଷଣାବେକ୍ଷଣା ବ୍ୟବସ୍ଥା କରାଯାଉନାହିଁ l ଯାହା ଫଳରେ ଅଳିଆ ଆବର୍ଜନା ପଡି ରହିଥିବା ତାକୁ ସଫା କରାଯାଉନାହିଁ l ସେଠାରେ ପଞ୍ଚାୟତ ବିଭାଗରୁ ପ୍ରତି ବର୍ଷ ନିଲାମ କରାଯାଇ ୮୦ ହଜାର ଟଙ୍କା ମାଛ ଚାଷ କରାଯାଉଛି l ଏପରିକି ଗାଁର ୪୫ ଜଣ ଭୂମିହୀନ ପରିବାରଙ୍କୁ ତହସିଲ ବିଭାଗ ତରଫରୁ ପଟ୍ଟା ବଣ୍ଟନ ଦିଆଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଜମି ଚିହ୍ନଟ ହୋଇ ନ ଥିବାରୁ ଗାଁ ୱାର୍ଡ ମେମ୍ବର ମକରଧୂଜ ବଗର୍ତି ଅଭିଯୋଗ କରିଛନ୍ତି l ସେହିପରି ବୁର୍ଡା ଗାଁରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରଟି ଶୋଚନୀୟ ଅବସ୍ଥାରେ ପଡିରହିଛି l ଛୋଟ ଛୋଟ ପିଲାମାନେ ପାଠ ପଢିବାକୁ ଯାଉଥିବା ବେଳେ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିବା ଅଙ୍ଗନୱାଡ଼ି କର୍ମୀ ବାସନ୍ତୀ ସାହୁ ଅଭିଯୋଗ କରିଛନ୍ତି l ଏହି ଶୁଣାଣିରେ ମୁଖ୍ୟତଃ ଆବାସ ଯୋଜନାରେ ଅଧିକାଂଶ ହିତାଧିକାରୀ ଆବେଦନ କରିଥିବା ବେଳେ ଗାଈଗୁହାଳ, ଜମି ମରାମତି, ରେସନକାର୍ଡ ପାଇଥିବା ବେଳେ ପରିବାରର ଅନେକ ସଦସ୍ୟମାନଙ୍କ ନାମ ନ ଥିବାରୁ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାରୁ ବିଡ଼ିଓଙ୍କ ଠାରେ ଗୁହାରି କରିଥିଲେ l ଯାହା ଫଳରେ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ l ଏଥିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ, ଉଦ୍ୟାନ ବିଭାଗର ଦେବବ୍ରତ ନାୟକ, ମସ୍ୟ ବିଭାଗର ସୁଜିତ ମହାନ୍ତି, ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରମୋଦ ଭୋଇ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ମହାନ୍ତି, ଝସକେତନ ମେହେର, ଗ୍ରାମ୍ୟ କୃଷି କର୍ମଚାରୀ ସରିତା ସେଠି, ଆଇସିଡିଏସ ସୁପରଭାଇଜର ଜ୍ଞାନେନ୍ଦି ମହାନନ୍ଦ, ସ୍ଥାନୀୟ ସରପଞ୍ଚ ଇତିଶ୍ରୀ ସାହୁ, ନାଏବ ସରପଞ୍ଚ ଶଶିକାନ୍ତ ପ୍ରଧାନ, ବିଏଲସି ବିଭାଗର ସୁଧାଂଶୁ ଶେଖର ବଛା , କନିଷ୍ଠ ଯନ୍ତ୍ରୀ ରାଜେନ ଟୋପୋ, ଫରେଷ୍ଟ ଗାର୍ଡ ମିନାକ୍ଷୀ ପାତ୍ର, ୱାଟର ସେଟ ବିଭାଗର ପ୍ରଦୁଷ ସାହୁଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ଥିଲେ l ଏହି ଜନ ଶୁଣାଣିରେ ୧୯୬ ଜଣ ହିତାଧିକାରୀ ପଞ୍ଜିକୃତ କରିଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.