ଫକୀରମୋହନ ବିଶ୍ବବିଦ୍ୟାଳୟରେ ଏକାଡେମିକ ପରିଷଦର ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟରେ ୨୦ତମ ଏକାଡେମିକ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ଯକ୍ଷତାରେ ତଥା କୁଳସଚିବ କୁକୁମୀନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ରାୟ ଓ ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡ଼କ୍ଟର ନିହାର ରଞ୍ଜନ ରାଉତଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବିଶ୍ବବିଦ୍ୟାଳୟରେ ଚଳିତ ଶିକ୍ଷା ପଦ୍ଧତି ପ୍ରଣାଳୀର ବିକଶିତ ଧାରା ଉପସ୍ଥାପନ ସହ ବିଭିନ୍ନ ବିଭାଗରେ ଆଗାମୀ କାର୍ଯ୍ୟକାରିତା ପାଇଁ ନୂତନ ପ୍ରସ୍ତାବମାନ ଗୃହିତ କରାଯାଇଥିଲା।

Omkar Vasthu
Omkar Vasthu

ଏହି ପ୍ରସଙ୍ଗରେ ବିଶ୍ବବିଦ୍ୟାଳୟରେ ସଂସ୍କୃତ ବିଷୟରେ ପିଏଚ଼ଡି ଶିକ୍ଷା କାର୍ଯ୍ୟକ୍ରମର ଆରମ୍ଭ, ସାନ୍ତାଳୀ ଭାଷା ଶିକ୍ଷଣର ସାର୍ଟିଫିକେଟ ଶିକ୍ଷାକୁ ଆଗେଇନେବା ପାଇଁ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ର ପ୍ରସ୍ତାବ ରଖିଥିଲେ।
ସେହିପରି କମ୍ପ୍ୟୁଟର ବିଜ୍ଞାନ ବିଭାଗର ମୁଖ୍ଯ ଡ଼କ୍ଟର ଅଶାନ୍ତ ରଞ୍ଜନ ରାଉତରାୟ, ଏମବିଏ ବିଭାଗରେ ନୂତନ ସାର୍ଟିଫିକେଟ କୋର୍ସ ‘ଇ-ଫାଇଲିଙ୍ଗ ଅଫ ଇନକମ ଟାକ୍ସ ଆଣ୍ଡ ଜିଏସଟି ରିଟର୍ଣ୍ଣ’ର ଆରମ୍ଭ ପାଇଁ ଡ଼କ୍ଟର ଆର୍ତ୍ତ ବନ୍ଧୁ ଜେନା ପରିଷଦ ସମ୍ମୁଖରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏଥିସହ ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ରାୟ ପି.ଜି କୋର୍ସ ସହ ‘ସ୍ବୟମ୍’ କୋର୍ସର ସଂଲଗ୍ନ, ଜାତୀୟ ଶିକ୍ଷା ନୀତି ଆଧାରରେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ଆଦି ପ୍ରସ୍ତାବ ଦେଇଥିଲେ ଏବଂ ବିଶ୍ୱବିଦ୍ୟାଳୟ ଦୂରତା ଏବଂ ନିରନ୍ତର ଶିକ୍ଷା ବିଭାଗର ନିର୍ଦ୍ଦେଶକ ପ୍ରଫେସର ସଚ୍ଚିଦାନନ୍ଦ ଦେହୁରୀ, ଦୂରତା ଏବଂ ନିରନ୍ତର ଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ହେବାକୁଥିବା ବିଭିନ୍ନ ବିଭାଗର ଆରମ୍ଭ ପ୍ରସ୍ତୁତିର ବିବରଣୀ ପ୍ରଦାନ ସହ ଏହାର କାର୍ଯ୍ୟକ୍ଷମ ହେବା ସଂପର୍କରେ ପ୍ରସ୍ତାବ ରଖିଥିଲେ। ଏଥିସହିତ ପି.ଜି କୋର୍ସ ସହ ‘ଭାରତୀୟ ଜ୍ଞାନ ବ୍ୟବସ୍ଥା’କୁ ମିଶ୍ରଣ କରିବା ନେଇ ପଦକ୍ଷେପ ନିଆଯିବା ସଂପର୍କରେ ପଦାର୍ଥ ବିଜ୍ଞାନ ବିଭାଗର ଡ଼କ୍ଟର ସନ୍ତୋଷ କୁମାର ଅଗ୍ରୱାଲ ସୂଚୀତ କରିଥିଲେ। ରସାୟନ ବିଜ୍ଞାନ ବିଭାଗ ମୂଖ୍ଯ ପ୍ରଫେସର ପଙ୍କଜ କୁମାର ପାଢ଼ୀ ‘ପେପର ଟେକ୍ନୋଲୋଜି’ର ଏକ ସାର୍ଟିଫିକେଟ କୋର୍ସ ଆରମ୍ଭ କରିବାକୁ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହା ବ୍ୟତୀତ ‘ଭାରତୀୟ ସାଂସ୍କୃତିକ ନୃତ୍ୟ ଓ ସଙ୍ଗୀତ’ ବିଷୟବସ୍ତୁ ଆଧାରିତ ଏକ କୋର୍ସ , ଚଣ୍ଡିଗଡ ସ୍ଥିତ ‘ପ୍ରାଚୀନ କଳା କେନ୍ଦ୍ର’ ସହଯୋଗିତାରେ ଆରମ୍ଭ କରିବା ନେଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହାସହିତ ଅନ୍ୟାନ୍ଯ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗମାନ ଆଲୋଚନା କରାଯାଇ ସେଗୁଡିକ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସୂଚୀତ କରିଥିଲେ। ଏଥିସହ କୁଳପତି ପ୍ରଫେସର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ବିଶ୍ବବିଦ୍ୟାଳୟର ସ୍ତରରେ ତିନୋଟି କମିଟି ଯଥା ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ଓ ନିରୀକ୍ଷଣ ପରିଷଦ, କ୍ରୀଡା ପରିଷଦ,ଏବଂ ଉନ୍ନତ ଅନୁସନ୍ଧାନ ଏବଂ ଅଧ୍ୟୟନର କାର୍ଯ୍ୟକ୍ଷମ ତଥା ନିରୀକ୍ଷଣ ପାଇଁ ଗଠନ କରାଯାଇଥିଲା । ସମସ୍ତ ଉପସ୍ଥାପିତ ପ୍ରସ୍ତାବ ଗୁଡିକୁ ବିଶ୍ଳେଷଣ କରାଯାଇ ଓ ପରିଷଦର ସଦସ୍ଯଙ୍କ ମତାମତ ଗ୍ରହଣ କରାଯାଇ ଗୃହୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ମୁଖ୍ଯ ଉପସ୍ଥିତ ରହିଥିଲେ। ବୈଠକକୁ ଡ଼କ୍ଟର ରାଜଶ୍ରୀ ଦତ୍ତ ପରିଚାଳନା କରିଥିଲେ ଓ ଡ଼କ୍ଟର ନିହାର ରଞ୍ଜନ ରାଉତ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.