ସଇଁତଲାରେ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ଉଦଯାପିତ: ୩  ଛାତ୍ରଛାତ୍ରୀ ପୁରସ୍କୃତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ଠାରେ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସହଯୋଗରେ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆୟୋଜକରେ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ୨୦୨୪-୨୫ ଉଦଯାପିତ ହୋଇଯାଇଛି l ଏହାର ଉଦଯାପନୀ ଉତ୍ସବରେ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ସଇଁତଲା ପଞ୍ଚାୟତ ସମିତି ମହାବିଦ୍ୟାଳୟର ପ୍ରଧ୍ୟାପକ ଡିଳେଶ୍ଵର ଭୋଇ ଯୋଗଦାନ କରି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ଆଭିମୁଖ୍ୟ ସମ୍ପର୍କ ଆଲୋକପାତ କରିବା ସହ ଛାତ୍ରୀଛାତ୍ରଙ୍କ ଅନ୍ତଃନିହିର୍ତ୍ତ ଗୁଣ ପରିପ୍ରକାଶ ନିମନ୍ତେ ଅଭିମତ ପ୍ରକାଶ କରିଥିଲେ l

Omkar Vasthu
Omkar Vasthu

ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବିଆରସିସି ନାରାୟଣ ଭୋଇ ଓ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ ) ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା ପ୍ରମୁଖ ଯୋଗଦେଇ ଉପାଦେୟ ତଥ୍ୟ ଉପରେ ମତବ୍ୟକ୍ତ ପ୍ରଦାନ କରିଥିଲେ l ଏହି ପ୍ରତିଯୋଗିତାରେ ବ୍ଲକର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ୫୬ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଏଥିରେ ବିବିନା ଆଦର୍ଶ ବିଦ୍ୟାଳୟର ଛାତ୍ର ରୋଶନ କୁମାର ନାଗ ପ୍ରଥମ ପୁରସ୍କାର ହାସଲ କରିଥିବା ବେଳେ ଦ୍ୱିତୀୟରେ କରମତଲା ହାଇସ୍କୁଲର ନୀତେଶ ନାଗ ଓ ତୃତୀୟରେ କଅସର ବିଦ୍ୟାଳୟର ଭବାନୀ ସାହୁ କୃତୀତ୍ୱ ବିବେଚିତ ହୋଇଛନ୍ତି l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉକ୍ତ ପ୍ରତିଯୋଗିତାରେ ଶିକ୍ଷକ କମଳାକାନ୍ତ ଭୋଇ, ଶିକ୍ଷୟତ୍ରୀ ବୀଣାପାଣି ନନ୍ଦ, ସୁଭାସିନୀ ମିଶ୍ର, ଦୀପକସେନ ଧରୁଆ ଓ କମଳାକାନ୍ତ ବାଗ ପ୍ରମୁଖ ୫ ଜଣ ବିଚାରକ ଦାୟିତ୍ୱ ତୁଲାଇଥିଲେ l ଶେଷରେ ସିଆରସିସି ମନ୍ଦର ଦୀପ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ପ୍ରତିଯୋଗୀରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ସିଆରସିସି ମନୋଜ ସାହୁ, ଚିନ୍ତାମଣି ସାହୁ, ହିମାଂଶୁ ବେହେରା, ଶେଷଦେବ ପ୍ରଧାନ, ପର୍ଶୁରାମ ମୁଣ୍ଡା, ଶମ୍ବୁ ପ୍ରସାଦ ନାଏକ, ଲବ ଦଣ୍ଡସେନା, ଉପେନ୍ଦ୍ର ବେହେରା, ଟିକେଶ୍ୱର ଭୋଇଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.