ସ୍ୱାଧୀନତା କ୍ରିକେଟ କପ-୨୦୨୪ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ସ୍ଥିତ ଖୁଜେନପାଲି ପଡିଆ ଠାରେ ଦୁଇ ଦିନ ଧରି ୩ୟ ସ୍ଵାଧୀନତା କ୍ରିକେଟ୍ କପ-୨୦୨୪ ଆୟୋଜନ ହୋଇଯାଇଛି। ଏଥିରେ ୧୬ ଗୋଟି ଟିମ୍ ଅଂଶଗ୍ରହଣ କରିଥିଲା ବେଳେ ଫାଇନାଲ ମ୍ୟାଚ୍ ସିଦ୍ଧି ବିନାୟକ ଏବଂ ସମଲେଶ୍ଵରୀ ଟାଇଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସିଦ୍ଧି ବିନାୟକ ଫାଇନାଲ ମ୍ୟାଚ ବିଜୟୀ ହୋଇ ୨୫ ହଜାର ଟଙ୍କା ସହିତ ଟ୍ରଫି ଏବଂ ସମଲେଶ୍ଵରୀ ଟାଇଗର ୧୫ହଜାର ସହିତ ଟ୍ରଫି ସହ ରନର୍ସ ଅପ୍ ହୋଇଥିଲେ।

ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ପୌରପରିଷଦର ଅଧ୍ୟକ୍ଷ୍ୟା ଲିକା ସାହୁ ଉଭୟ ଦଳକୁ ପୁରସ୍କାର ପ୍ରଦାନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ରିକନ୍ ମହାନ୍ତି, ବିଶ୍ବଭୂଷଣ ଭୋଇ, ବିକାଶ ସା ଉଭୟ ଦଳକୁ ମେନ୍ ଅଫ ଦ ମ୍ୟାଚ୍, ମେନ୍ ଅଫ ସିରିଜ୍, ବେଷ୍ଟ ବ୍ୟାଟସମ୍ୟାନ, ବେଷ୍ଟ ବୋଲର, ବେଷ୍ଟ ଆମ୍ପ୍ୟାୟାର ପରି ଅନେକ ପୁରସ୍କାର ଦେଇଥିଲେ। ଏହି ଟୁର୍ଣାମଣ୍ଟର ମୁଖ୍ୟ ବିଜୟ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ଏଥିରେ କୁଳମଣି ସୁନା, କୁନାଲ ଖାନ୍, ମହାବୀର ପ୍ରସାଦ, ଅଭିରାମ ମହାନ୍ତି, ସଂଗ୍ରାମ ସାହୁ, ବିକାଶ ବେହେରା, ବିଜ୍ଞାନ ମିଶ୍ର, ମହେନ୍ଦ୍ର ଚନ୍ଦନ, ଆନନ୍ଦ ସାହୁ, ଅଜୁ ସାହୁ, ରିଣ୍ଟୁ ମହାଲିଙ୍ଗ, ଅରବିନ୍ଦ ସିଂହ, ଦାମୋଦର ଶାଣ୍ଢ, ଶୋଭନ ବାରିକ, ରାହୁଲ ଟପୋ, କରଣ କୁମାର ପାଣ୍ଡେ, ବିଭୂତି ପୋଢ଼, କାନହା ଖମାରୀ ଏବଂ ଅର୍ଗାନାଇଜରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଟୁର୍ନାମେଣ୍ଟକୁ ସୁରଥ ଦାସ ୟୁବଟ୍ୟୁବ୍ ଲାଇଭ ଯୋଗେ ପ୍ରସାର କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.