ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଏନ୍‌ଏସ୍ ୟୁନିଟ୍‌ର ବୃକ୍ଷରୋପଣ ପାଇଁ ସ୍ୱତନ୍ତ୍ର ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଏନ୍‌ଏସ୍‌ଏସ୍ ୟୁନିଟ୍ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ନେଇ ଏକ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ଏହା ଅଗଷ୍ଟ ୧୭ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ଚାଲୁ ରହିବାକୁ ଥିବାବେଳେ ବୃକ୍ଷ ରୋପଣ ଓ ଅନ୍ୟାନ୍ୟ ସଚେତନତା କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ ହୋଇଯାଇଛି।

ଏହାର ଉଦ୍‌ଘାଟନୀ ଦିବସରେ ଅଧ୍ୟକ୍ଷ ଛବିଲାଲ ସାହୁ ବୃକ୍ଷ ରୋପଣର ଆବଶ୍ୟକତା ଓ ପରିବର୍ତ୍ତିତ ପାଣିପାଗ ଓ ଜଳବାୟୁ ବିଷୟରେ ଆଲୋଚନା କରିଥିବା ବେଳେ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ପାରମ୍ପରିକ ଓ ଔଷଧିୟ ବୃକ୍ଷର ଗୁରୁତ୍ୱ ଉପରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଏନ୍‌ଏସ୍‌ଏସ୍ ଅଧିକାରୀ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ ପରିଚାଳନା କରିଥିବାବେଳେ ଅଧ୍ୟାପକ ଶୁଭେନ୍ଧୁ କୁମାର ପାଢୀ, ଶୁଶାନ୍ତ କୁମାର ଦାଶ, ନାଜନୀନ ସୁଲତାନା, ଦୀନବନ୍ଧୁ ନାଗ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.