୨୧ରେ ଭାରତ ବନ୍ଦ ପାଇଁ ସଜବାଜ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା ୨୧/୮ ବୁଧବାର ଭାରତ ବନ୍ଦ ଡାକରାକୁ ସାଫଲ୍ୟ କରିବା ପାଇଁଁ ନର୍ଲା ବ୍ଲକ ଅନୁସୂଚୀତ ଜାତି/ ଅନୁସୂଚୀତ ଜନଜାତି ଅଧିକାର ସୁରକ୍ଷା ମହାସଂଘର ସଭାପତି ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ଅଧ୍ୟକ୍ଷତାରେ ନର୍ଲା କନ୍ଧ ସଂସ୍କୃତି ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୂତି ବୈଠକରେ ମିଳିତ ମହାସଂଘ ପକ୍ଷରୁ ଉପସଭାପତି ରଘୁନାଥ ଦୀପ, ବୀରକିଶୋର ମାଝୀ, ଜୟ ବିଭାର, ବରୁଣ ନାଏକ, ମାୟାଧର ମାଝୀ, କିଶୋର ମାଝୀ, ଝସକେତନ ମାଝୀ , ଦୁର୍ଯୋଧନ ମାଝୀ, ଦକ୍ଷରାଜ ଭୋଇ, ଛବି ମାଝୀ, ବିଦୁ ମାଝୀ, ବିଘ୍ନ ରାଜ ମାଝୀ,ଅଭୟ ନାଏକ, ଧରମ ତାଣ୍ଡି,ଲଳିତ ମୋହନ ମାଝୀ, କ୍ଷିତିଶ ଚନ୍ଦ୍ର ମାଝୀ, ଅମର ସିଂ ମାଝୀ, ଜୟଲାଲ ମାଝୀଙ୍କ ସମେତ ଅନେକ ଲୋକ ଉପସ୍ଥିତ ଥିଲେ।

ମାନ୍ୟବର ଉଚ୍ଚ ନ୍ୟାୟାଳୟ ଅନୁସୂଚୀତ ଜାତି/ ଅନୁସୂଚୀତ ଜନଜାତି ସଂରକ୍ଷଣ ଭିତରେ ବର୍ଗୀକରଣ ରାୟକୁ ରାଜ୍ୟରେ ପାଳନ କରାଯିବକୁ ଦୃଢ଼ ବିରୋଧ କରି ଏହାର ପୁନଃ ବିଚାର କରିବା ପାଇଁଁ ନର୍ଲା ଚାରି ଛକ ଠାରେ ଚକ ଅଖ, ଦୋକାନ ବଜାର ସ୍କୁଲ କଲେଜ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ କରିବା ପାଇଁଁ ନିଷ୍ପତ୍ତି ନିଆଯାଇଥିଲା ଓ ନର୍ଲା ଥାନା ଅଧିକାରୀ, ତହସିଲଦାର ନର୍ଲା, ବଣିକ ସଂଘ ନର୍ଲାକୁ ସହଯୋଗ କରିବା ପାଇଁଁ ଅନୁରୋଧ କରିଛନ୍ତି ଏବଂ ସମସ୍ତ ଆଦିବାସୀ ଓ ଦଳିତ ଭାଇ ଭଉଣୀ ମାନଙ୍କୁ ସାମିଲ ହେବା ପାଇଁଁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.