ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଇଁତଳାର ପୋଲିସ ସବ ଇନ୍ସପେକ୍ଟର ଆଲୋକ ପ୍ରସାଦ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମରେ ଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ । ଏଥିରେ ଭାଇ ଭଉଣୀଙ୍କୁ ରକ୍ଷାବନ୍ଧନର ମହତ୍ତ୍ଵ ବିଷୟରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୋଲିସ ସବ ଇନ୍ସପେକ୍ଟର ରାଜେଶ ବେହେରା ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ସାଗର ଭୋଇ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବରିଷ୍ଠ ଗୁରୁଜୀ ଶାନ୍ତନୁ ଜ୍ଯୋତିଷ ମୁଖ୍ୟବକ୍ତା ଭାବରେ ଶିଶୁ ଭାଇ ଭଉଣୀଙ୍କୁ ରକ୍ଷାବନ୍ଧନର ମହତ୍ତ୍ଵ ଉପରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ପବିତ୍ର ଉତ୍ସବରେ ଶିଶୁ ଭଉଣୀ ମାନେ ଭାଇ ତଥା ଗୁରୁଜୀ ଗୁରୁମା ମାନଙ୍କୁ ହାତରେ ରାକ୍ଷୀ ବାନ୍ଧି କାର୍ଯ୍ୟକ୍ରମଟିକୁ ମନମୁଗ୍ଧ କରାଇଥିଲେ । ବିଦ୍ୟାଳୟର ବରିଷ୍ଠ ଗୁରୁମା ଜୟନ୍ତୀ ରଥ ଏହି ଉତ୍ସବର ପ୍ରମୁଖ ଦାୟିତ୍ଵ ତୁଲାଇଥିବା ବେଳେ , ବିଦ୍ୟାଳୟର ଅନ୍ୟ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମଟି ସାଫଲ୍ଯ ମଣ୍ଡିତ ହୋଇଥିଲା । ପରିଶେଷରେ ବରିଷ୍ଠ ଗୁରୁଜୀ ସୁରୂପାଳ ସାହୁ ଧନ୍ୟବାଦ ଅର୍ପଣ କରି ଶିଶୁ ଭାଇ ଭଉଣୀଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।