ବଞ୍ଜାରା ସମାଜର କୁସୁମୀ ଲକଡ଼ି ପର୍ବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକର ଦଣ୍ଡପାଟ ଅଞ୍ଚଳ ବେହେରା ଗ୍ରାମରେ ବଞ୍ଜାରା ସମାଜର ନିଆରା ପର୍ବ କୁସୁମୀ ଲକଡି ପର୍ବ ପାଳିତ ହୋଇଯାଇଛି । ପର୍ବରେ ପ୍ରଥମେ ସମାଜର ଆରାଧ୍ୟ ଗୁରୁ ଦେବତା ସେୱାଲାଲ ମହାରାଜ, ଗୁରୁ ନାନକ, ମା’ବଞ୍ଜାରୀ, ମେରା ମା’ ଏବଂ ପିତୃ ପୁରୁଷଙ୍କୁ ପୂଜାର୍ଚ୍ଚନା କରାଯାଇ ସେୱାଲାଲ ମହାରାଜଙ୍କ ନାମରେ ଜଗନ୍ନାଥ ଓ ମହାଦେବଙ୍କ ନାମରେ କଡାଓ ଭୋଗ ଲଗାଯାଇଥିଲା । ପରେ ସମାଜର ପୁରୁଷ ମହିଳାମାନେ ଏକତ୍ରିତ ହେଇ ବିଭିନ୍ନ ପାରମ୍ପରିକ ଗୀତରେ ନୃତ୍ୟ ପରିବେଷଣ କରିଥିଲେ।

Omkar Vasthu
Omkar Vasthu

ପ୍ରକାଶଥାଉକି, ଏହି ପର୍ବ ଶ୍ରାବଣ ଶୁକ୍ଳପକ୍ଷରୁ ଆରମ୍ଭ ହେଇ ୯ ଦିନ ବ୍ୟାପୀ ଚାଲିଥାଏ । ଶ୍ରାବଣ ପୂର୍ଣ୍ଣିମା ଦିନ ତିଜ୍ ପର୍ବରେ ସମାପନ ହେବା ସହ କୁସୁମୀ ଲକଡ଼ି (ଏକ ପ୍ରକାର ବାଡ଼ି)କୁ ଶାନ୍ତ କରାଯାଏ ଏବଂ ପରବର୍ତ୍ତୀ ବର୍ଷ କୁସୁମୀ ଲକଡ଼ି ପର୍ବ ପର୍ଯ୍ୟନ୍ତ ତାକୁ ସାଇତି ରଖାଯାଏ। ତେବେ, ବେହେରା ଗ୍ରାମରେ ଏହି ପର୍ବ ଆୟୋଜିତ ହୋଇଥିବାରୁ ଗ୍ରାମର ଯୁବକ ଯୁବତୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆଗାମୀ ପିଢ଼ି ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଯୁବ ପିଢ଼ିକୁ ପରାମର୍ଶ ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବେହେରା ତାଣ୍ଡା ପୂଜକ ଅମିଲାଲ ନାଏକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ପର୍ବରେ କଳାହାଣ୍ଡି ବଞ୍ଜରା ସମାଜର ପୂର୍ବତନ ସଭାପତି ଲଲିତ ନାଏକ, ତାଣ୍ଡା ନାୟକ ଶଙ୍କର ନାଏକ, ହେମାଳ ନାଏକ, ତପୁ ନାଏକ, କ୍ଷମାପ୍ରସାଦ ନାଏକ, ଅକ୍ଷୟ ନାଏକ, ଚୌବନ ନାଏକ, ତ୍ରିଲୋଚନ ନାଏକ, ରାହାସ ନାଏକ, ଲକ୍ଷ୍ମଣ ନାଏକ, ବନବିହାରୀ ନାଏକ, ଇନ୍ଦ୍ରଜିତ ନାଏକ,କୃଷ୍ଣ ଚନ୍ଦ୍ର ନାଏକ, ପ୍ରେମଲାଲ ନାଏକ ଯୁବ ସଂଗଠକ ଭୁଜବଳ ନାଏକ ଏବଂ ଗ୍ରାମ ବଞ୍ଜାରା ସମାଜର ପ୍ରତ୍ୟେକ ଯୁବକ ଯୁବତୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.