ଡାକ୍ତର ମୌମିତାଙ୍କ ନ୍ୟାୟ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋଲକାତାରେ ଟ୍ରେନିଂ ଡାକ୍ତରକୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାକୁ ଦେଶବ୍ୟାପୀ ତିବ୍ର ନିନ୍ଦା କରାଯାଉଛି। ଏଥିସହ ଡାକ୍ତର ମୌମିତାଙ୍କ ପାଇଁ ନ୍ୟାୟ ଦାବି କରାଯାଉଛି। ତେବେ କୋକସରା ବ୍ଳକରେ ମଧ୍ୟ ଏହାକୁ ନିନ୍ଦା କରିବା ସହ ଦୋଷୀଙ୍କୁ ଫାଶୀ ଦେବାକୁ ଦାବି କରାଯାଇଛି। ଏହି କ୍ରମରେ କୋକସରା ବ୍ଳକ ସାମ୍ବାଦିକ ସଂଘ ପକ୍ଷରୁ ଡାକ୍ତର ମୌମିତାଙ୍କ ନ୍ୟାୟ ଦାବିରେ ସୋମବାର ଆମପାଣିଠାରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ସଂଘର ସଭାପତି ଚକ୍ରଧର ବେଶ୍ରାଙ୍କ ନେତୃତ୍ବରେ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ମୃତ ଡାକ୍ତରଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ସହ କ୍ୟାଣ୍ଡେଲ ପ୍ରଜ୍ଜ୍ୱଳନ କରାଯାଇଥିଲା। ସେଠାରେ ଦୋଷୀଙ୍କୁ ଉଚିତ୍ ଦଣ୍ଡ ଦେବା ଓ ମୃତ ଡାକ୍ତରଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଡାକ୍ତରଖାନା ପରିସରରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ବୁଢ଼ାରଜା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ଏବଂ ଡାକ୍ତର ମୌମିତାଙ୍କ ଆତ୍ମାର ସଦଗତି ନିମନ୍ତେ ବୁଢ଼ାରଜାଙ୍କ ପୀଠରେ ପ୍ରାର୍ଥନା କରିଥିଲେ।

କ୍ୟାଣ୍ଡେଲ ଶୋଭାଯାତ୍ରାରେ ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍ କା, ଡାକ୍ତର ଧନେଶ୍ଵର ଟୁଡୁ, ଫାର୍ମାସିଷ୍ଟ ସ୍ବପ୍ନେନ୍ଦୁ ମୁଣ୍ଡ, ଜିତେନ୍ଦ୍ର ପଣ୍ଡା, ଟିକିଚନ୍ଦ୍ର ଧ.ମାଝୀ, ମନୋରଞ୍ଜନ ବାଣୁଆ, ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ, ତ୍ରିନାଥ ପ୍ରଶନ୍ନ ରାୟ, ଭଜମନ ନାଏକ, ସନ୍ତୋଷ ମାଝୀ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପଣ୍ଡା, ସାମ୍ବାଦିକ ଜଗଦୀଶ ନାଏକ, ବସନ୍ତ ସାରାବୁ, ପରେଶ ପଟ୍ଟନାୟକ, ଗଣେଶ ଭାଟି, ଗଜିନ୍ଦ୍ର ନାଗ, ସୋନୁ ଅଗ୍ରୱାଲ ସମେତ ଅଞ୍ଚଳର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସ୍ବାସ୍ଥ୍ୟକର୍ମୀ, ମହିଳା ନେତ୍ରୀ, ପୋଲିସ ବାହିନୀ ସମେତ ଶତାଧିକ ଲୋକେ ସାମିଲ ହୋଇ ଶୋକ ବ୍ୟକ୍ତ କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.