ଭବାନୀପାଟଣା ବିଇଓ କାର୍ଯ୍ୟାଳୟ ପକ୍ଷରୁ ପ୍ରୟୋଗ ତାଲିମ୍ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମେଦିନୀପୁର ଉଚ୍ଚ ବିଦ୍ୟାଳୟଠାରେ ଭବାନୀପାଟଣା ବିଇଓ କାର୍ଯ୍ୟାଳୟ ପକ୍ଷରୁ ପ୍ରୟୋଗ ତାଲିମ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ତଥା ଆଦ୍ୟ ଶୈଶବ ଯତ୍ନ ଉପରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏଥିରେ ଏବିଇଓ ଜୟକୁମାର ମାଝୀ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ। ସାଧନକର୍ମୀ ଭାବେ ଶିକ୍ଷକ ଭୂଜବଲ କେତକୀ, ଗଣନାଥପୁର ସିଆରସିସି ବିଶ୍ୱଜିତ ରାଏ, ତେନ୍ତୁଳିଖୁଣ୍ଟି ସିଆରସିସି ସୂର୍ଯ୍ୟନାରାୟଣ ମହାନ୍ତି, ଶିକ୍ଷୟିତ୍ରୀ ବସୁମତୀ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଜାତୀୟ ପାଠ୍ୟକ୍ରମ ରୂପରେଖ, ଯାଦୁପେଡି, ଭାଷା ଶିକ୍ଷଣ ଓ ଗଣିତ ଶିକ୍ଷଣ ପାଇଁ ସମୟ ପାଠଯୋଜନା ଉପରେ ଧାରଣା ଦିଆଯିବ। ସୂଚନାଯୋଗ୍ୟ ଯେ ସମାନ ସମୟରେ ବିଏମ୍ ହାଇସ୍କୁଲ ଓ ଡିଆରସିରେ ମଧ୍ୟ ଏହି ଶିବିର ଜାରି ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.