ଅଗଷ୍ଟ ୨୧ ଭାରତ ବନ୍ଦ: କଳାହାଣ୍ଡିରେ ପଡ଼ିବ ଜୋରଦାର ପ୍ରଭାବ!

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଗଷ୍ଟ ୨୧ରେ ହେବ ଭାରତ ବନ୍ଦ। ଭାରତ ବନ୍ଦ ଡାକରା ଦେଇଛି ଅନୁସୁଚିତ ଜାତି, ଜନଜାତି, ସଂଖ୍ୟାଲଘୁ ମିଳିତ କମିଟି। ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ସଂଗଠନ ବନ୍ଦ ଡାକରା ଦେଇଛି। ସୋସିଆଲ ମିଡ଼ିଆରେ ଭାରତ ବନ୍ଦକୁ ସଫଳ କରିବାକୁ ଜୋରଦାର କ୍ୟାମ୍ପେନ୍ ଆରମ୍ଭ ହୋଇଗଲାଣି।

ସେପଟେ ପ୍ରସ୍ତାବିତ ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଯେଭଳି ସାଧାରଣ ଲୋକେ ହଇରାଣ ହେବେନି, ସେ ନେଇ ଗୃହ ବିଭାଗ ସମସ୍ତ ରାଜ୍ୟକୁ ଆଡଭାଇଜରୀ ଜାରି କରିଛନ୍ତି। ଏପଟେ କଳାହାଣ୍ଡିରେ ମଧ୍ୟ ଭାରତ ବନ୍ଦର ଜୋରଦାର ପ୍ରଭାବ ପଡ଼ିବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.