ଆସନ୍ତା କାଲି ଭାରତ ବନ୍ଦ: ଲାଞ୍ଜିଗଡରେ ଜୋରଦାର ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଗଷ୍ଟ  ୨୧ ବୁଧବାର ଦିନ ଭାରତ ବନ୍ଦ ପାଳନ କରିବେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ବିଭିନ୍ନ ବହୁଜନ ରାଜନୈତିକ ଓ ସାମାଜିକ ସଂଗଠନ। ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ସମ୍ପର୍କିତ ରାୟକୁ ବିରୋଧ କରି ଦେଶ ବ୍ୟାପି ଭାରତ ବନ୍ଦ ଡାକରା ଦିଆ ଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ବହୁଜନ ସଂଗଠନଗୁଡିକୁ ନେଇ ଗଠିତ ଏସଟି ଏସସି ଅଧିକାର ସୁରକ୍ଷା ମହାସଂଘ ଏହାର ନେତୃତ୍ୱ ନେଇଛି।

ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ଏହାକୁ ସହଯୋଗ କରୁଥିବାବେଳେ ଆଜି ଏହାର କର୍ମକର୍ତ୍ତାମାନେ ଲାଞ୍ଜିଗଡ଼ ସହରରେ ଦୋକାନ ବଜାର ବୁଲି ଆସନ୍ତାକାଲି ବନ୍ଦ ପାଳନ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ଲାଞ୍ଜିଗଡ଼ ବ୍ଲକ ସଭାପତି ଜଗଦୀଶ ବେନିଆ, କାର୍ଯ୍ୟକାରୀ ସଭାପତି ହରିହର କୁମାର, ଜିଲ୍ଲା ଉପସଭାପତି ଗୋପାଳଦାସ ମହାନନ୍ଦ, ବ୍ଲକ ଯୁବ ସଭାପତି ସୁବାସ ନାଏକ, କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର କରୁଆଁ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ସେହିପରି ଲାଞ୍ଜିଗଡ଼ ପୁଲିସକୁ ବନ୍ଦ ପାଳନରେ ସହଯୋଗ କରିବାକୁ ଅନୁରୋଧ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.