ସ୍କୁଲରେ ରୋଷେଇବେଳେ ସିଲିଣ୍ଡରେ ଲାଗିଲା ନିଆଁ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ଆମ୍ବେଦକରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ବେଳେ ଗ୍ୟାସ୍ ସିଲିଣ୍ଡରେ ନିଆଁ ଲାଗିଯାଇଥିଲା। ତେବେ ହଠାତ୍ ନିଆଁ ଲାଗି ସିଲିଣ୍ଡରେ ନିଆଁ ଲାଗି ଯିବାରୁ ରୋଷେଇ କାର୍ଯ୍ୟରେ ନିହୋଜିତ ରହିଥିବା ପାଚିକା ଭୟଭୀତ ହୋଇ ପଡିଥିଲେ।

ନିଆଁକୁ ଆୟତ୍ତ କରିବା ପାଇଁ ସ୍କୁଲ କତୃପକ୍ଷ ଚେଷ୍ଟା କରିଥାଲେ ମଧ୍ୟ ଆୟତ୍ତ ହୋଇ ନଥିଲା। ପରେ ସ୍କୁଲ କତୃପକ୍ଷ ତୁରନ୍ତ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ କୋକସରା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ବାଗଙ୍କ ନେତୃତ୍ବରେ କର୍ମଚାରୀ ଦିଗାମ୍ବର ଶବର, ହେମନ୍ତ ନାଏକ, ମନୋଜ କୁମାର ବିଶ୍ବାଳ, ଶ୍ୟାମଲାଲ ଗଣ୍ଡ ପ୍ରମୁଖ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବିଦ୍ୟାଳୟର କୈାଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.