ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୀ: ପୁରୀ ଭିଆଇପି ରୋଡ ସ୍ଥିତ ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲ ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନ ପ୍ରାକୃତିକ ପରିସ୍ଥିତିରେ କେବଳ ପରିବେଶବିତ ବା ପ୍ରକୃତି ପ୍ରେମୀ ନୁହଁନ୍ତି ଛୋଟ ପିଲାମାନେ ମଧ୍ୟ କ୍ଷୟଗ୍ରସ୍ତ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ l

Omkar Vasthu
Omkar Vasthu

ଏହି ବିଷୟକୁ ପାଥେୟ କରି ବିଦ୍ୟଳୟର ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ସ୍ରୁଷ୍ଟି ଓ ବୃକ୍ଷ ରୋପଣକୁ ଏକ ପ୍ରକଳ୍ପ ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି l ଏଥିରେ ଛାତ୍ର ଛାତ୍ରୀ ମାନେ ଆଗ୍ରହ ସହିତ ଭାଗ ନେଇ ଖତ ଓ ସାର ମିଶା ମାଟିରେ ମଞ୍ଜିକୁ ରଖି ଏକ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ବ ଗୁଳା (ସିଡ୍ ବଲ) ପ୍ରସ୍ତୁତ କରିବା ସହ ୫ସହ ବୃକ୍ଷ ଚାରା ସଂଗ୍ରହ କରିଥିଲେ l ଏହା କରିବାକୁ ପ୍ରାୟତଃ ୧୫ ଦିନ ସମୟ ଲାଗିଥିଲା l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧକ୍ଷା ସିଷ୍ଟର ମେରୀ ଜର୍ଜ ଓ ଜୀବବିଜ୍ଞାନ ବିଭାଗର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ପ୍ରେରିତ କରିଥିଲେ l ଏହି ପ୍ରସ୍ତୁତ ହୋଇଥିବା ମଞ୍ଜି ଗୁଳା ଗୁଡିକୁ ପୁରୀର ପାର୍ଶ୍ଵବର୍ତ୍ତୀ ଭୂଦାନ ଓ ନୂଆ ନଈ ନିକଟବର୍ତ୍ତୀ ବନାଞ୍ଚଳରେ ପକାଯିବା ସହ ଚାରା ଗୁଡିକୁ ବେଲେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ରୋପଣ କରାଯାଇଥିଲା l ବିଦ୍ୟାଳୟ ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ହୋଇଥିବା ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଅଭିଭାବକ ମାନେ ମତ ପ୍ରକାଶ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.