ଭାରତ ବନ୍ଦକୁ ସମର୍ଥନ କରି ଆଦିବାସୀ ଦଳିତ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂରକ୍ଷଣରେ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ନେଇ ବିବାଦ ସୃଷ୍ଟି ହେବା ପରେ ଏହାର ପ୍ରତିବାଦରେ ଆଦିବାସୀ ଦଳିତ ସଂଘ ସଇଁତଲା ବ୍ଲକ ତରଫରୁ ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ କରି ଜାତୀୟ ରାଜପଥ ୨୬ କୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ବାଜା ମାଧ୍ୟରେ ବିରାଟ ଶୋଭାଯାତ୍ରା ବାହାରି ମା ଚଣ୍ଡୀଙ୍କ ଦର୍ଶନ କରିବା ସହ ସହର ପରିକ୍ରମା କରି ବ୍ୟାଙ୍କ ଛକକୁ ପହଂଚିଥିଲେ । ସଂଘ ସଭାପତି ପ୍ରେମ ଭୋଇଙ୍କ ଅଧ୍ୟକ୍ଷତା ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା ।

ବୈଠକରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, କେନ୍ଦ୍ରୀୟ ସଭାପତି ଚିନ୍ତାମଣି ଭୋଇ, ସହଁରା ସମାଜ ସଭାପତି ଦିବାକର ଭୋଇ, ଆଦିବାସୀ କଲ୍ୟାଣ ସଂଘ ବ୍ଲକ ସଭାପତି ସନ୍ତୋଷ ପୁଟା, ସମ୍ପାଦକ ଟଙ୍କଧର ଧରୁଆ, ଉପ ସଭାପତି ପଞ୍ଚାନନ ମାଝୀ, ବ୍ଲକ ସଂଯୋଜିକା ପ୍ରମିଳା ଭୋଇ, ରେବତୀ ମହାଲିଙ୍ଗ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ଭୋଇ, ସରପଞ୍ଚ ମନୀଷ ସୁନା, ଭଦ୍ରା ସରପଞ୍ଚ ରାଜେନ୍ଦ୍ର ଯାନୀ, କୁଇକେଡା ସରପଞ୍ଚ ଯୁଗଲାଲ ମାଝୀ, ସରପଞ୍ଚଙ୍କ ପ୍ରତିନିଧି ବଳଦେବ ମାଝୀ, ସୁବାଷ ସିଂ ଛତ୍ରିଆ, ବିଭୀଷଣ ମାଝୀ, ମଣ୍ଟୁ ନାଗ, ସୁଶୀଲ ସୁନା, ମୁକୁନ୍ଦ ନାଗ, କନ୍ଦର୍ପ ସିଂ ଭୋଇ, ଦେବହରି ଛତ୍ରିଆ , ବସନ୍ତ ବିଭାର, ଧନୀରାମ ଭୋଇ, ଖୁସିରାମ ଯାନୀ, ଅମିତ ଦୀପ, ରୋହିତ ଯାନୀ ପ୍ରମୁଖ ଯୋଗଦାନ କରି ସୁପ୍ରିମକୋର୍ଟ ରାୟ ଏସ୍‌ସି, ଏସ୍‌ଟିଙ୍କ ସ୍ଥିତିର ଠିକ୍‌ ଆକଳନ ନ କରି ଏବଂ ଏହି ବର୍ଗର ସୁରକ୍ଷା ନିମନ୍ତେ ରହିଥିବା ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନ କରି ଦେଇଥିବା ରାୟର ପୁନର୍ବିଚାର କରିବା ପାଇଁ ବକ୍ତାମାନେ ଦାବୀ କରିଥିଲେ ।

ଏ ଦିଗରେ ଯଦି କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆହୁରି ତୀବ୍ରତର ହେବ ବୋଲି ଆଦିବାସୀ ଏକତା ସଂଘ ଚେତାବନୀ ଦେଇଛି । ଉକ୍ତ ସଭାକୁ ସଂଘ ସମ୍ପାଦକ ପ୍ରୀତିସାଗର ମହାନନ୍ଦ ପରିଚାଳନା କରିଥିଲେ । ଏହି ଆନ୍ଦୋଳନ ବ୍ଲକର କନ୍ଦକେଲଗାଁ ଛକ, କେରମେଲି, ବରଗାଁ ଛକ, ବେଲଗାଁ, କୁମ୍ଭାରୀ, କରମତଲା, ଟ୍ରିକାପଡା, ବଡ଼ମାଳ , ଘୁନସର ବଜାର ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏହା ସହିତ ସରକାରୀ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ଗାଡିମଟରଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଏପରିକି ବିଭିନ୍ନ ସ୍ଥାନକୁ ଆନ୍ଦୋଳନକାରୀମାନେ ପହଞ୍ଚି ପିକେଟିଂ କରିବା ସହିତ ରାସ୍ତାଘାଟର ଦୋକାନ ବଜାରଗୁଡିକ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସଇଁତଲା ପୋଲିସ ତରଫରୁ ଆଇଆଇସି ସୁଶାନ୍ତ ବଢ଼େଇଙ୍କ ତତ୍ତ୍ୱବଧାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.