ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ନର୍ଲା ସଭଡିଭିଜନ୍ ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ କିଡିଙ୍ଗ ଶାଖା ଡାକପାଳ (ପୋଷ୍ଟ ମାଷ୍ଟର) ଅନନ୍ତ ଛତ୍ରିଆ ଆଜି ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ କିଡିଙ୍ଗ ଶାଖା ଉପ ଡାକପାଳ ସତ୍ୟନାରାୟଣ ନାଗଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଅତିଥି ଭାବେ ନର୍ଲା ସଭଡିଭିଜନ୍ ଓଏସମେଲ୍ ଖୁସିରାମ ମାଝୀ ଯୋଗଦେଇ ବିଦାୟୀ ଶ୍ରୀ ଛତ୍ରିଆଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।
ଏଥିରେ ପାଣିମୁଣ୍ଡା ଶାଖା ଡାକପାଳ ଅଜିତ ଭୋଇ, କଦମ୍ବଗୁଡା ଶାଖା ଡାକପାଳ ଆଶାରାଣୀ ଜେନା, ଲାଞ୍ଜିଗଡ଼ରୋଡ ଶାଖା ଉପ ଡାକପାଳ ସଂଘମିତ୍ରା ମଲ୍ଲିକ, ହିମାଂଶୁ ମିଞ୍ଜ୍ ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ କରିଥିଲେ। ସେହିପରି କିଡିଙ୍ଗ ଶାଖା ଡାକପାଳ ଅନନ୍ତ ଛତ୍ରିଆ ନିଜ ୪୨ ବର୍ଷର ଚାକିରୀ ସମୟର ସ୍ମୃତି ବଖାଣି ଥିଲେ।

ଏହାପରେ ସମସ୍ତ ଡ଼ାକ କର୍ମଚାରୀ ଓ ଶତାଧିକ ଗ୍ରାମବାସୀ ଏକ ଭବ୍ୟ ଶୋଭାଯାତ୍ରାରେ ବାଜାର ତାଲେ ତାଲେ ତାଙ୍କ ଘର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଘରେ ପହଁଚିବା ପରେ ପରିବାର ପକ୍ଷରୁ ବନ୍ଦାପନା ସହିତ ସ୍ବାଗତ କରାଯାଇଥିଲା।





