ଡାଇମଣ୍ଡ ଲିଗ୍ ପାଇଁ ନୀରଜ ଚୋପ୍ରାଙ୍କ ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଡାଇମଣ୍ଡ ଲିଗର ଫାଇନାଲ ସେପ୍ଟମ୍ବର ୧୪ରେ ବ୍ରୁସେଲ୍ସରେ ହେବ । ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଫାଇନାଲରେ ପ୍ରବେଶ କରିବା ପାଇଁ ନୀରଜଙ୍କୁ ପ୍ରଥମ ୬ଜଣଙ୍କ ମଧ୍ୟରେ ରହିବାକୁ ହେବ । ଏବେ ସେ ଓଭରାଲ ୪ର୍ଥ ସ୍ଥାନରେ ରହିଛନ୍ତି । ସେପ୍ଟମ୍ବର ୫ରେ ଜ୍ୟୁରିକରେ ଆଉ ଏକ ଡାଇମଣ୍ଡ ଲିଗ ଆୟୋଜିତ ହେବ । ପ୍ୟାରିସ ଗେମ୍ସରେ ଶ୍ରେଷ୍ଠ ୬ଜଣଙ୍କ ମଧ୍ୟରେ ୫ଜଣ ଏହି ଲିଗରେ ଅଂଶଗ୍ରହଣ କରୁଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ନ ଥିଲେ ମଧ୍ୟ ସେ ଏବେ ଲୁସାନେ ଡାଇମଣ୍ଡ ଲିଗ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.