‘ମାସ୍’ ପକ୍ଷରୁ ଶୁଭାରମ୍ଭ ହେଲା ଆଇଟିଆଇ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସାମାଜିକ ସଂଗଠନ ‘ମାନବ ଅଧିକାର ସୁରକ୍ଷା ସଂଗଠନ'(ମାସ୍) ଆନୁକୂଲ୍ୟରେ ଏହାର ‘ପରିବେଶ ସୁରକ୍ଷା ଅଭିଯାନ’ ଶାଖା ପକ୍ଷରୁ ବାଲେଶ୍ବର ସହରସ୍ଥିତ ସରକାରୀ ଆଇଟିଆଇ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

Omkar Vasthu
Omkar Vasthu

ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବଶ୍ରୀ ନାୟକ ପ୍ରମୁଖ ଏଠାରେ ଗୋଟିଏ ଲେଖାଏଁ ଗଛ ଲଗାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ‘ମାସ୍’ର ସଦସ୍ୟ ପ୍ରସନ୍ନ ପାତ୍ରଙ୍କ ପୃଷ୍ଠପୋଷକତାରେ ଏହାର ସଭାପତି ଅଭୟ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ଦେବାଶିଷ ପଣ୍ଡା, ବରିଷ୍ଠ ସଦସ୍ୟ ବିଜୟ ଦାସ ଅଧିକାରୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଣିତା ମିଶ୍ର, ଦିଲ୍ଲୀପ କୁମାର ଦାସ, ଚିତ୍ତରଞ୍ଜନ ଦାସ, ଗୁରୁଦତ୍ତ ମିଶ୍ର, ମାନସ ଚନ୍ଦ୍ର ରଥ, ଦିଲ୍ଲୀପ ଚକ୍ରବର୍ତ୍ତୀ, ମଞ୍ଜୁଲତା ବଳ, ଇଂ ବିଜୟ କୁମାର ଦାସ, ଦିଲ୍ଲୀପ ପଣ୍ଡା, ଦେବାଶିଷ ସିଂହ, ଲଳିତ ମୋହନ ଦାସ, ପ୍ରଦ୍ୟୁମ୍ନ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ପରିଚାଳନାରେ ସହଯୋଗ କରିଥିଲେ।‌

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଇଟିଆଇର ଅଧ୍ୟକ୍ଷ କାନ୍ଦନ ମାଝୀ, ଟିଓ ଦୀପକ୍ କୁମାର ମୁଦୁଲି, ଏଟିଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବରେ ସମସ୍ତ ସହଯୋଗ ଯୋଗାଇ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.