ମଦକୋଠି ଉଛେଦ ପାଇଁ ତେଜିଲା ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡ଼ୁଗାଁରେ ବେଆଇନ ଭାବେ ଖୁଲମ ଖୁଲା ମଦ ବିକ୍ରୟ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହାକୁ ନେଇ ରବିବାର କ୍ରାନ୍ତି ଜ୍ୟୋତି ମାତା ସାବିତ୍ରୀ ବାଇ ମହିଳା ସଂଘର ଆହ୍ବାନ କ୍ରମେ ଲଡ଼ୁଗାଁ ଦୁର୍ଗା ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ଗ୍ରାମବାସୀ ମାନେ ବେଆଇନ ମଦ କୋଠି ସବୁ ଉଚ୍ଛେଦ ପାଇଁ ଅନେକ ଥର ଉଚ୍ଚ ପଦସ୍ଥ କର୍ମଚାରୀ, ପୋଲିସ, ନେତା ଅଫିସରଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ଆଜି ଯାଏଁ ଗ୍ରାମରେ ବେଆଇନ ମଦ ବିକ୍ରୟ ଥମୁନି। ଓଲଟା ମଦ କୋଠି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଯାହା ଫଳରେ ଗ୍ରାମରେ ମଦୁଆ ମାନଙ୍କ ଅସାମାଜିକ କାର୍ଯ୍ୟକଳାପ ଅସମ୍ଭାଳ ହୋଇ ପଡ଼ିଛି। ଏବଂ ଗାଁରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ଆଗାମୀ ଦିନରେ ବେଆଇନ ମଦ କୋଠି ବନ୍ଦ କରାନଗଲେ ଆନ୍ଦୋଳନ ତେଜିବ ବୋଲି ଆଲୋଚନା ହୋଇଥିଲା। ପରେ ଲଡ଼ୁଗାଁ ଭାଟି ପକ୍ଷରୁ କୌଣସି କୋଠିକୁ ମଦ ନ ଦେବାପାଇଁ ପ୍ରତିଶୃତି ଦେବାରୁ ଲୋକେ ଶାନ୍ତି ବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu

ଏହି ବୈଠକରେ ଗରୁଡ଼ ବାଗ, ଦୁର୍ଗା ପ୍ରସାଦ ଅଗ୍ରୱାଲ, ଭଗବାନ ପଟ୍ଟନାୟକ, ଭୁବନେଶ୍ଵର ଦୁର୍ଗା, ସମ୍ଭୁ ପ୍ରସାଦ ଚୌଧୁରୀ, ଚିନିଲାଲ ପାଣିଗ୍ରାହୀ, ଧ୍ଵଜ ମହାନନ୍ଦ, ଶିଶିର ଚୌଧୁରୀ, ସୁରଞ୍ଜନ ଦାସ, ଯୁଗେଶ୍ୱର୍ ପାଣିଗ୍ରାହୀ, ପ୍ରଧାନୀ ବାଗ, ଓମ ପ୍ରକାଶ ଛତ୍ରିଆ, ମୋହନ ଚରଣ ଦାସ, କିଶୋର ଚନ୍ଦ୍ର ଦାସ, ଅକ୍ରୁର ଯୋଶୀ,ମହିଳା ନେତ୍ରୀ ଉର୍ମିଳା ମେହେର, ଜୟନ୍ତି ପାଣିଗ୍ରାହୀ, ଫୁଲ ମହାନନ୍ଦ, ସୁରୁ ମହାନନ୍ଦ, ସୁଲେଖା ମହାନନ୍ଦ, ପଦ୍ମିନୀ ମହାନନ୍ଦ, ପ୍ରଭାତୀ କଣ୍ଟା ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.