ଗୋକର୍ଣ୍ଣିକା କବିତା ସମ୍ମାନରେ ସମ୍ମାନୀତ ହେଲେ ଡ଼ା. ଦୀନବନ୍ଧୁ ସାହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କୋରାପୁଟ ସ୍ଥିତ ଆଦିବାସୀ ସଂଗ୍ରହାଳୟ ଠାରେ ଗୋକର୍ଣ୍ଣିକା ସାହିତ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ସାମ୍ବତ୍ସରିକ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସାହିତ୍ୟ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡିର କବି ଡ଼ା. ଦୀନବନ୍ଧୁ ସାହୁଙ୍କୁ ‘ଗୋକର୍ଣ୍ଣିକା କବିତା ସମ୍ମାନ’ରେ ସମ୍ମାନିତ କରାଯାଇଅଛି। ଏନେଇ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା, କବି ଲକ୍ଷ୍ମୀକାନ୍ତ ପାଢ଼ୀ, କବି ଡ଼ଃ. ଗୌତମ ଜେନା, ପ୍ରାବନ୍ଧିକ ରବୀନ୍ଦ୍ର ବେହେରା, କବି କୃଷ୍ଣଚନ୍ଦ୍ର ସିଂ, କବୟତ୍ରୀ ଡ଼ଃ. ପ୍ରିତିଧାରା ସାମଲ ପ୍ରମୁଖ ଉପସ୍ଥିତ ରହି ଡ଼ା. ସାହୁଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Omkar Vasthu
Omkar Vasthu

ଏଠାରେ ସୂଚନାଯୋଗ୍ୟ ଯେ, ମଧୁଗନ୍ଧା, ଖଦ୍ୟୋତିକା, ଅନାଭରଣ, ନୀଳନଈ, କଥା କାଦମ୍ବରୀ, ଯୋଗୀ ଚରିତ, ଏକ ପ୍ରଜାପତିର ମୃତ୍ୟୁ ଆଦି ୭ ଗୋଟି କବିତା ଗ୍ରନ୍ଥର ରଚୟିତା ହେଉଛନ୍ତି କବି ତଥା ଚିତ୍ରଶିଳ୍ପୀ ଡ଼ା. ଦୀନବନ୍ଧୁ ସାହୁ। ତେବେ ଯାଜପୁର ଜିଲ୍ଲା ଜାରକାରୁ ପ୍ରକାଶିତ ହେଉଥିବା ଗୋକର୍ଣ୍ଣିକା ପତ୍ରିକାର ଏହି ସ୍ବତନ୍ତ୍ର ସମାରୋହରେ କବି ଡ଼ା ଦୀନବନ୍ଧୁ ସାହୁଙ୍କ ସମେତ କବି ଜଳଧର ସ୍ବାଇଁ, ପ୍ରାବନ୍ଧିକା ରୁଦ୍ରାଣୀ ମହାନ୍ତି, କବି ରବି ଶତପଥି, ଅନୁବାଦକ ବିଜୟ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏନେଇ ଡ଼ା. ସାହୁ ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା, ପ୍ରାଧ୍ୟାପକ ଡ଼ଃ ଗୌତମ ଜେନା, ପ୍ରାବନ୍ଧିକ ଡ଼ଃ ରବୀନ୍ଦ୍ର ବିହାରୀ ଏବଂ ପ୍ରଫେସର ମହେଶ୍ୱର ସାହୁ ପ୍ରମୁଖଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଦିନ ତମାମ ଚାଲିଥିବା ଏହି ସାହିତ୍ୟ କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନ ‘କବିତା ପାଠୋତ୍ସବ’ର ଅଧ୍ୟକ୍ଷତା କରିଥିଲେ ଡ଼ା. ଦୀନବନ୍ଧୁ ସାହୁ। ମୀନାକ୍ଷୀ ମହାରଣା ଓ ସୌମେନ୍ଦ୍ର କୁମାର ସ୍ବାଇଁ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଏଥିରେ କୋରାପୁଟର ବର୍ଷିଆନ କବି କୃଷ୍ଣଚନ୍ଦ୍ର ସିଂ, ନାରାୟଣ ପଣ୍ଡା, ପ୍ରତିଧାରା ସାମଲ ଆଦି ଅନେକ ବିଶିଷ୍ଟ କବି/ କବୟତ୍ରୀ କବିତା ପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.