ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ସେଁପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପରିଚାଳନା ସମିତିର ସଭାପତି ଭିକାରି ଚରଣ ସାହୁ, ସମ୍ପାଦକ ରାଜେଶ ପ୍ରସାଦ ସାହୁ, ଉପ ସଭାପତି ବାଞ୍ଛାନିଧି ମିଶ୍ର ଯୋଗଦେଇଥିଲେ ।
ପ୍ରଧାନ ଆଚାର୍ଯ୍ୟ ଟିକଦେବ ସାହୁ ଆଧ୍ୟାତ୍ମିକ ଚେତନା ସୃଷ୍ଟି ସହ ଭାରତୀୟ ସଂସ୍କୃତି ଉପରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପ୍ରଭାବକୁ ବର୍ଣ୍ଣନା କରିଥିଲେ । ଶ୍ରୀକୃଷ୍ଣ ଓ ରାଧା ବେଶରେ ସଜ୍ଜିତହୋଇ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ସ୍କୁଲ ବାରଣ୍ଡାରେ ଶ୍ରୀକୃଷ୍ଣଙ୍କ ଦ୍ଵାରା ଦଧି ଭାଣ୍ଡ ଭଙ୍ଗା ହୋଇଥିଲା । ଏହି ଅବସରରେ ପରିଚାଳନା ସମିତିର ସମ୍ପାଦକ, ସଭାପତି, ଉପସଭାପତି, ଗୁରୁଜୀ ଗୁରୁମା ମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।