ବୋର୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଜନ୍ମାଷ୍ଟମୀ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ଠାରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ବିବେକ ନାଗ ସରପଞ୍ଚ, ବୋରଭଟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତରଣୀ ସେନ ବେହେରା ଅବସର ଶିକ୍ଷକ ମୁଖ୍ୟ ବାକ୍ତା ଭାବରେ ଯୋଗଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ମାନସ କୁମାର ପଧାନ ଅତୀଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଆଚାର୍ଯ୍ୟ ପ୍ରତିନିଧି ମୋହନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଚାଳନା ସମିତିର ସଂପାଦକ ରୋଷନ ଲାଲ ଛତର, ଜଗଦିଶ ଚନ୍ଦ୍ର ଜୈନ, ଦୁଃଖିଶ୍ୟମ ସାହୁ, ପିଙ୍କୁଇନ୍ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। କୃଷ୍ଣ ବେଶୀ ଶିଶୁମାନେ ଦହି ହାଣ୍ଡି ଭଙ୍ଗ ଓ ଗ୍ରାମ ପରିକ୍ରମା କରାଯାଇଥିଲା। ଏଥିରେ ସମସ୍ତ ଗୁରୁଜୀଗୁରୁମା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.