ସାପ୍ତାହିକ ‘ଗଣ୍ଡାବାଜା’ ସ୍ଵନକ୍ଷତ୍ର ଦିବସରେ ସାମ୍ବାଦିକ ତଥା ସମାଜସେବୀ ରଜନୀକାନ୍ତ ସମର୍ଲିଆ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲାର ଜନପ୍ରିୟ ସାପ୍ତାହିକ ଖବରକାଗଜ ‘ଗଣ୍ଡାବାଜା’ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ସାମ୍ବାଦିକ ତଥା ଆମ୍ବେଦକର ବିଚାରବାଦୀ ଓ ସମାଜସେବୀ ରଜନୀକାନ୍ତ ସମର୍ଲିଆଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ‘ଗଣ୍ଡାବାଜା’ର ସମ୍ପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୭ମ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲ ସଭାଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟର ବିଚକ୍ଷଣ ରାଜନୀତିଜ୍ଞ, ସମ୍ବିଧାନ ବିଶେଷଜ୍ଞ ତଥା ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗଦାନ କରିଥିଲେ। ଏହି ଅବସରରେ ‘ଆମ ସମ୍ବିଧାନ ଆମ ଧର୍ମଗ୍ରନ୍ଥ’ ନାମକ ଶୀର୍ଷକ ଉପରେ ଅତିଥିମାନେ ନିଜସ୍ୱ ମତବ୍ୟକ୍ତ କରିଥିଲେ।

ଶ୍ରୀ ସମର୍ଲିଆ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ବିଚାରଧାରାକୁ ସାମାଜିକ ଗଣମାଧ୍ୟମରେ ନିର୍ଭିକ ଭାବେ ଉପସ୍ଥାପନ କରିବା ସହିତ ଅନ୍ଧବିଶ୍ୱାସ ଓ ପାଖଣ୍ଡବାଦ ବିରୁଦ୍ଧରେ ଲେଖନୀ ଚାଳନା କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହା ସହିତ ଭୀମ ଆର୍ମୀ ଜିଲ୍ଲା ସଭାପତି ତଥା ଏଓଏସସିଏଫ୍ ର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ ଜଣାଶୁଣା।


ଶ୍ରୀ ସମର୍ଲିଆଙ୍କ ବ୍ୟତୀତ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଯୁବ ସମାଜସେବୀ , ଶିକ୍ଷାବିତ୍, ମହିଳା ନେତ୍ରୀ, କୃଷକ, ବ୍ୟବସାୟୀଙ୍କୁ ଏହି ଉତ୍ସବରେ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଉତ୍ସବରେ ଯୋଗ ଦେଇଥିବା ଅନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ, ସମ୍ମାନିତ ଅତିଥି ଆଇନଜୀବୀ ଛବିଲାଲ ନିଆଲ, ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀରର ପ୍ରଫେସର ଅକ୍ଷୟ କୁମାର ସେଠ୍, ଚାଷୀ ନେତା ତଥା ସାମାଜିକ କର୍ମୀ ସାନନ୍ଦ ମିଶ୍ର, ଯୁବ ସାମାଜିକ କର୍ମୀ ଗଣେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ କୁନା ବାଗ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.