ନର୍ଲା ବ୍ଲକ ଯାଦବ ସମିତି ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଯାଦବ ସମିତି ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ନର୍ଲା ଯାଦବ ଭବନ ଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପସଭାପତି ଲିଙ୍ଗରାଜ କରୁଆଁ ଓ ତାଙ୍କ ଧର୍ମପତ୍ନୀ କେତକି କରୁଆଁ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ। ଛୋଟ ଛୋଟ ଶିଶୁମାନେ ରାଧା କୃଷ୍ଣ ବେଶରେ ସଜ୍ଜିତ ହୋଇଥିବାବେଳେ ମାଣ୍ଡେଲର ସଂକିର୍ତ୍ତନ ପରିବେଶିତ ହୋଇଥିଲା। ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠି ଗଉଡଙ୍କ ସମେତ ବ୍ଲକ କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ ସର୍ବଶ୍ରୀ ଗିରିଧାରୀ ଗଉଡ, ଅଜିତ କରୁଆଁ, ମାର୍କଣ୍ଡ ଜାଲ, ମଧୁସୂଦନ ରାଉତ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ବାଗପୁର ସରପଞ୍ଚ ଗୋପାଳ ହାତି, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ଭୀମକେଲା ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ଗଉଡ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ପ୍ରତିନିଧି ଭାବରେ ଢେଙ୍କାନାଳର ଅଶୋକ ସାସମଲ ଏବଂ ଜିଲ୍ଲା ପ୍ରତିନିଧି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ ଉପସ୍ଥିତ ଥିଲେ। ଅଞ୍ଚଳର ଶତାଧିକ ଯାଦବ ମହିଳା ଓ ପୁରୁଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ ପାଳନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.