ଭବାନୀପାଟଣା ବିଇଓ କାର୍ଯ୍ୟାଳୟ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ପ୍ରୟୋଗ ତାଲିମ୍ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି  ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ରଠାରେ ଭବାନୀପାଟଣା ବିଇଓ କାର୍ଯ୍ୟାଳୟ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ପ୍ରୟୋଗ ତାଲିମ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ତଥା ଆଦ୍ୟ ଶୈଶବ ଯତ୍ନ ଉପରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।

ଏଥିରେ ଏବିଇଓ ଜଗଦୀଶ ଚନ୍ଦ୍ର ମୁଣ୍ଡ ଓ ହୃଷୀକେଶ ନାଏକ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ।ସାଧନକର୍ମୀ ଭାବେ କଲମ ସିଆରସିସି ସନ୍ତୋଷ ଆଚାର୍ଯ୍ୟ, ରିଷିଗାଁ ସିଆରସିସି ବୈକୁଣ୍ଠ ବେମାଲ, ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଚଣ୍ଡ, ସୁଚିସ୍ମିତା ରଥ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଜାତୀୟ ପାଠ୍ୟକ୍ରମ ରୂପରେଖ, ଯାଦୁପେଡି, ଭାଷା ଶିକ୍ଷଣ ଓ ଗଣିତ ଶିକ୍ଷଣ ପାଇଁ ସମୟ ପାଠଯୋଜନା ଉପରେ ଧାରଣା ଦିଆଯିବ। ସୂଚନାଯୋଗ୍ୟ ଯେ ସମାନ ସମୟରେ ଟାଉନ ହାଇସ୍କୁଲ, ଗଣନାଥପୁର ହାଇସ୍କୁଲ ଓ କର୍ଲାପଡ଼ା ପ୍ରାଥମିକ ବିଦ୍ୟାଳୟଠାରେ ମଧ୍ୟ ଏହି ଶିବିର ଜାରି ରହିଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.