ନାଇକେନପାଲି ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାର ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଆୟୁଷ୍ମାନ ଆରୋଗ୍ୟ ଶିବିର ର ଶୁଭାରମ୍ଭ ହୋଇଯାଇଛି। ଡ଼ାକ୍ତରଖାନା ଅଧିକ୍ଷକ ଡ଼ାକ୍ତର ରାମଶଙ୍କର ତ୍ରିପାଠୀ ନାଲି ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତର ଚେତୁରାମ ମେହେର ଙ୍କ ଦ୍ଵାରା ମାନସିକ ରୋଗୀକୁ ଚିକିତ୍ସା ପ୍ରଦାନ କରିବାପାଇଁ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପଦକ୍ଷେପ ନିଆଯାଇଛି। ଏଥିରେ ରେଖାରାଣୀ ଦାଶ, ସିଏଚଓ, ଭବାନୀ ପରିଡା ସିଏଚଓ ଏବଂ ନମିତା ବାଗ ଏଏନଏମ ରେଜିଷ୍ଟ୍ରସନ ଦାୟିତ୍ୱରେ ରହି କାର୍ଯ୍ୟ ନିର୍ବାହୀ କରିଥିଲେ ଏବଂ ଅଂଚଳ ର ସମସ୍ତ ଆଶା ମାନସିକ ରୋଗୀଙ୍କୁ ସାଙ୍ଗରେ ଆଣି ଚିକିତ୍ସା କରାଇ ଥିଲେ। ଏହା ଦ୍ଵାରା ଅଂଚଳର ଆଖ ପାଖରୁ ବହୁ ରୋଗୀ ଚିକିସିତ ହେବାପାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାଇକେନପାଲିକୁ ଆସୁଛନ୍ତି। କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେର ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ବିପିଏମ ପ୍ରିୟରଞ୍ଜନ ସାହୁ, ବିଡ଼ିଏମ ରିଙ୍କୁ ପଧାନ, ଏମଆରଏ ସୁଶାନ୍ତ ନାଏକ, ଡ଼ାକ୍ତରଖାନା କର୍ମଚାରୀ ଏବଂ ଅନ୍ୟ ହିତାଧିକାରୀମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.