ଫକୀରମୋହନ ବିଶ୍ୱବିଦ୍ୟାଳୟ ସହିତ ବିଦ୍ୟାସାଗର ବିଶ୍ବବିଦ୍ୟାଳୟର ବୁଝାମଣାପତ୍ର ସ୍ଵାକ୍ଷରିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣର ଆଧାରକୁ ଅଧିକ ସଂପ୍ରସାରଣ ଓ ଗବେଷଣାତ୍ମକ ଉନ୍ନତିକରଣର ଲକ୍ଷ୍ଯ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟ ସହ ପଶ୍ଚିମବଙ୍ଗର ମେଦିନୀପୁର ସ୍ଥିତ ବିଦ୍ୟାସାଗର ବିଶ୍ବବିଦ୍ୟାଳୟର ଏକ ବୁଝାମଣାପତ୍ର ସ୍ଵାକ୍ଷର ସମାରୋହ ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ତଥା କୁଳସଚିବ କୁକୁମୀନା ଦାସ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।

Omkar Vasthu
Omkar Vasthu

ଏହି ଅବସରରେ ବିଦ୍ୟାସାଗର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁଶାନ୍ତ କୁମାର ଚକ୍ରବର୍ତ୍ତୀ ଯୋଗଦେଇ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। କୁଳପତି ପ୍ରଫେସର ତ୍ରିପାଠୀ, ଏହି ବୁଝାମଣାପତ୍ର ଦ୍ବାରା ଉଭୟ ଅନୁଷ୍ଠାନରେ ସାହିତ୍ୟିକ କାର୍ଯ୍ୟକଳାପ, ସମାନ କାର୍ଯ୍ୟ କ୍ଷେତ୍ରରେ ଗବେଷଣା, ସ୍ଥାୟୀ ଅଭିବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ, ସମାଜର ବିକାଶ କ୍ଷେତ୍ରରେ ଉନ୍ନତିକରଣର ଆଗ୍ରହ, ସାମାଜିକ ଲାଭ ପାଇଁ ବିଭାଗୀୟ ଆଗ୍ରହ ଇତ୍ୟାଦିର ପାରସ୍ପରିକ ସହଯୋଗର ଲକ୍ଷ୍ଯ ରହିଛି ବୋଲି ନିଜ ଅଭିଭାଷଣରେ ମତପୋଷଣ କରିଥିଲେ।ଏହା ସହିତ ବିଦ୍ୟାସାଗର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରବର୍ତ୍ତୀ ଏହି ବୁଝାମଣାପତ୍ରର ସୁଯୋଗ ନେଇ ଦୁଇ ଅନୁଷ୍ଠାନରେ ଗବେଷଣାମୂଳକ ଉନ୍ନୟନ ସହ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ତଥ୍ୟାଧାର ବିକାଶ ତଥା ପାରସ୍ପରିକ କ୍ରିୟାକ୍ଷମ ଦ୍ବାରା ନୂତନ ଉଦ୍ୟମ ଆରମ୍ଭ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ବେହେରା ଏହି ସ୍ବାକ୍ଷରିତ ବୁଝାମଣାପତ୍ର ଆଗାମୀବର୍ଷ ମାନଙ୍କରେ ଛାତ୍ରଛାତ୍ରୀଙ୍କ ଗବେଷଣା ଦିଗରେ ଅନେକ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। କୁଳସଚିବ ଶ୍ରୀମତୀ ଦାସ ଏହି ବୁଝାମଣାପତ୍ରର ମୁଖ୍ଯ ଉଦ୍ଦେଶ୍ୟଗୁଡିକର ସୁଯୋଗ ନେଇ ସଫଳତା ହାସଲ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଏବଂ ବିଦ୍ୟାସାଗର ବିଶ୍ବବିଦ୍ୟାଳୟକୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏହି ଅବସରରେ ବିଦ୍ୟାସାଗର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରବର୍ତ୍ତୀଙ୍କ ଦ୍ବାରା ଏକ ଅତିରିକ୍ତ ଅଧ୍ୟାପନା କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହୋଇଥିଲା। ‘ବର୍ଜ୍ୟବସ୍ତୁର ସ୍ଥାୟୀ ପରିଚାଳନା: ସାମାଜିକ- ଅର୍ଥନୈତିକ ପ୍ରଭାବ’ ପ୍ରସଙ୍ଗ ନେଇ ସେ ନିଜ ଉପସ୍ଥାପନା ପ୍ରଦାନ କରିଥିଲେ। ଏଥିରେ ଅଂଶଗ୍ରହଣ କରି ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ରଛାତ୍ରୀମାନେ ଏ ସଂପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ଯ ବିଷୟରେ ଅବଗତ ହୋଇଥିଲେ।
କାର୍ଯ୍ୟକ୍ରମକୁ ଡ଼କ୍ଟର ମନୋଜିତ ଭଟ୍ଟାଚାର୍ଯ୍ୟ ସଂଚାଳନ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.