ଠିକାଦାରଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଫପସି ଗାଁରେ ଅସନ୍ତୋଷ

ମାଟି ପକାଇବା ଯୋଗୁଁ କାଦୁଅରେ ପଚପଚ ରାସ୍ତା, ଯାତାୟତରେ ବାଧା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ଗ୍ରାମାଞ୍ଚଳର ରାସ୍ତାଘାଟର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରୁଥିବା ବେଳେ କିନ୍ତୁ ଏହାର ବିପରୀତ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସ ଇଁତଲା ବ୍ଲକ ଫଫସିରେ। ବର୍ଷା ଦିନରେ ଗାଁର ମୁଖ୍ୟ ରାସ୍ତାରେ ମାଟି ପକାଇ ଦେବା ଯୋଗୁଁ ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ ଗ୍ରହଣ ନ କଲେ ଲୋକେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ, ଗଣ୍ଡପତ୍ରାପାଲି ପଞ୍ଚାୟତ ସ୍ଥିତ ଫପସି ଗାଁର ରାସ୍ତା ଏବେ ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି। ଏହି ରାସ୍ତାରେ ପ୍ରତି ଦିନ ଶହ ଶହ ଲୋକ ଯିବା ଆସିବା କରୁଥିବା ବେଳେ ଠିକାଦାର ଜଣକ କାହାକୁ ନ ବୁଝି ମନମୁଖୀ ଭାବରେ ରାସ୍ତା ଉପରେ ମାଟି ପକାଇ ଦେଇଥିବା ଯୋଗୁଁ ରାସ୍ତାଟି କାଦୁଅ ପଚପଚ ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହେଉଛି। ଯାହା ଫଳରେ ଛାତ୍ରୀଛାତ୍ରମାନେ ସ୍କୁଲକୁ ପାଠପଢ଼ି ନ ଯାଇ ଘରେ ବସି ରହିଥିବା ଦେଖିବାକୁ ମିଳିଛି। ଏପରିକି ଗଣ୍ଡପତ୍ରାପାଲି ସମେତ ବିଭିନ୍ନ ଗାଁର ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହି ଗାଁର ଲୋକମାନେ ମଧ୍ୟ ଭିଆଇପି ଛକକୁ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ରାସ୍ତା ଉପରେ କାହିଁକି ଠିକାଦାର ଜଣକ ହଠାତ ମାଟି ପକାଇଲେ ଓ ତାଙ୍କୁ କିଏ ଅନୁମତି ଦେଲା ତାକୁ ନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଆଗକୁ ପଶ୍ଚିମ ଓଡିଶାର ଗଣପର୍ବ ନୁଆଖାଇ ଓ ଗଣେଶ ପୂଜା ଭଳି ମହାନ ପର୍ବଗୁଡିକ ଆସୁଥିବା ବେଳେ ରାସ୍ତାଟି କାଦୁଅ ପଚ ପଚ ହେଉଥିବା ଯୋଗୁଁ ଲୋକେ ବିରକ୍ତି ପ୍ରକାଶ କରୁଛନ୍ତି। ଏଣୁ ଉକ୍ତ ରାସ୍ତା ଉପରେ ଠିକାଦାର କିମ୍ବା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ନଚେତ ଲୋକେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଗାଁର ସନ୍ତୋଷ ବଗର୍ତି, ଦେବରାଜ ନାଏକ, ରିଙ୍କୁ ସିଂ ବାବୁ, ହେମନ୍ତ ସିଂ ବାବୁ, ଗୋକୁଳ ରଣା, ଭାଗରଥୀ ଚନ୍ଦନ, ବିଦ୍ୟାଧର ନାଏକ, କିଶୋର ଚନ୍ଦନ, ପିତାମ୍ବର ଯାନୀ, ଅଚ୍ୟୁତ ବଗର୍ତି, କୁମର ରଣା, ସତ୍ୟ ସିଂ ବାବୁ ଓ ରଘୁବର ସିଂ ବାବୁଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.