ଜାତୀୟ ଶିକ୍ଷକ ଆୱାର୍ଡ଼ ପାଇବେ ସନ୍ତୋଷ କୁମାର କର; ଶୁଭେଚ୍ଛା ଜଣାଇଲେ ନର୍ଲା ବିଡିଓ ରିପୁନାଥ ସୁନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜାତୀୟ ଶିକ୍ଷକ ଆୱାର୍ଡ଼ ପାଇବେ ନର୍ଲାରୋଡ଼ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର। ଏହି ଖବର ଜଣା ପଡ଼ିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ନର୍ଲା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଆଜି ପୂର୍ବାହ୍ନ ୧୧ ଟା ବେଳେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା ଓ ନର୍ଲା ସେକ୍ସନ ଅଫିସର ଦିଗ ପଧାନ ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲକୁ ଯାଇ ସନ୍ତୋଷ କରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ଆପଣ ଆମ ଅଞ୍ଚଳର ଗର୍ବ ଓ ଗୌରବ। ଆପଣଙ୍କ ଉତ୍ତୋରତ୍ତର ଉନ୍ନତି ହେଉ ବୋଲି ଶୁଭେଚ୍ଛା ଜଣାଇଥିଲେ।

Omkar Vasthu
Omkar Vasthu

ଏଠାରେ ପ୍ରକାଶ ଯୋଗ୍ୟ ଯେ ଚଳିତ ବର୍ଷ ଜାତୀୟ ପୁରସ୍କାର ପାଇଁ ଓଡ଼ିଶାରୁ ଦୁଇଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡ଼ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଏକ ସ୍ବାଧୀନ କମିଟି ସାରା ଦେଶରେ ମୋଟ ୧୫୪ଜଣ ଶିକ୍ଷକଙ୍କୁ ଶର୍ଟଲିଷ୍ଟେଡ୍‌ କରି ସେଥିରୁ ୫୦ଜଣ ଶିକ୍ଷକଙ୍କୁ ୨୦୨୪ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଚୟନ କରିଛନ୍ତି।‌ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୫ ସେପ୍ଟେମ୍ବର ୨୦୨୪ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିବେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.