ମଦନପୁର ରାମପୁରର ନୂତନ ରାଜାଙ୍କ ଦେବାଦେବୀ ଦର୍ଶନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟାଭିଶେକ ପରେ ମଦନପୁର ରାମପୁରର ନୂତନ ତଥା ୩୦ତମ ରାଜା ଶ୍ରୀ ଶ୍ରୀ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ପ୍ରଥମେ କଳାହାଣ୍ଡି ମହାରାଜଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ।

Omkar Vasthu
Omkar Vasthu

ଆଜି ମ.ରାମପୁରର ପ୍ରତ୍ୟେକ ମନ୍ଦିର ଦର୍ଶନ କରି ଦେବାଦେବୀଙ୍କ ଆଶିଷ ଭିକ୍ଷା କରିବା ସହିତ ପ୍ରଜା ଓ ଗ୍ରାମର ମଙ୍ଗଳ କାମନା କରି ମନ୍ଦିର ମାନଙ୍କ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ରାଜାଙ୍କ ସହିତ ପୁରୋହିତ ତ୍ରିଲୋଚନ ଦାଶ ଓ ଜଗନ୍ନାଥଙ୍କ ସେବକ ତଥା ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ  ଯୋଗଦେଇଥିଲେ। ରାଜାଙ୍କ ମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ବେଳେ ପ୍ରତ୍ୟେକ ମନ୍ଦିରର ପୂଜକ, ଭଗବତ ଘିଭେଲା, ଦେବେନ୍ଦ୍ର ପୋଢ଼, କୃଷ୍ଣ ଚନ୍ଦ୍ର ସାହୁ, ଭଗବାନ ଭୋଇ ପ୍ରମୁଖ ସହଯୋଗ କରିଥିଲେ। ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଇତ୍ୟବସରରେ ରାଜାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.