ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟ ସ୍ଥିତ ଉଦନ୍ତି ଛାତ୍ରୀ ନିବାସ ଠାରେ ଇନ୍ଦିରାଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ତରଫରୁ ପଦୋନ୍ନତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଇଗ୍ନୋ ସଂଯୋଜକ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତରୁଣ କୁମାର ପ୍ରଧାନ, ମୁଖ୍ୟ ବକ୍ତା ପ୍ରାକ୍ତନ ଇଗ୍ନୋ ସଂଯୋଜକ ପ୍ରାଧ୍ୟାପକ ପ୍ରମୋଦ କୁମାର ସାହୁ, ସମ୍ମାନିତ ଅତିଥି କ୍ରୀଡା ଶିକ୍ଷକ ଡ. ସରୋଜ କୁମାର ପଣ୍ଡା, ଅଧ୍ୟାପକ ତଥାଗତ ରାଉତ, ଛାତ୍ରୀ ନିବାସର ସହ ପରିଚାଳିକା ଅଧ୍ୟାପିକା ସୁମନ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।
ଛାତ୍ରୀମାନେ ଶିକ୍ଷା ସମାପ୍ତ କରି ଜୀବନରେ ସଫଳ କିପରି ହେବେ,ଏକ ଶୃଙ୍ଖଳିତ ଜୀବନ ଗଢ଼ିବାର ସେମାନଙ୍କ ଭୂମିକା କଣ ରହିବା ଆବଶ୍ୟକ ସେ ବିଷୟରେ ଅତିଥି ମାନେ ଆଲୋଚନା କରି ଆଶାୟିତ ଛାତ୍ରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଇଗ୍ନୋ କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀ ଦୂର୍ଲଭ ବେହେରା ଏବଂ ରାଜ କପୁର ବାରିକଙ୍କ ସହଯୋଗରେ ଛାତ୍ରୀ ନିବାସରେ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପିକା ସୁମନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।