ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର ସ୍ଥିତ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ଲିଖିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତି କବି ଗଙ୍ଗାଧର ମେହେରଙ୍କ ଅବଦାନ ଉପରେ ଶ୍ରୀମତୀ ପଟ୍ଟନାୟକ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ଚେୟାରମେନ ଡ. ଜ୍ୟୋତି ରଂଜନ ବହିଦାର ଯୋଗ ଦେଇ ଗଙ୍ଗାଧର ମେହେରଙ୍କ ଜୀବନୀ ଓ ତପସ୍ୱିନୀ କବିତାର ମହନୀୟତା ଉପରେ ଆଲୋଚନା କରିଥିଲେ। ଇତିହାସ ଅଧ୍ୟାପିକା ବନାନୀ ପୁସ୍ପିତା ପାତ୍ର ଗଙ୍ଗାଧରଙ୍କ କାବ୍ୟ ସମ୍ଭାର ଉପରେ ଓ ଅଧ୍ୟାପକ ଶ୍ରୀୟାନ୍ତ ମେହେର ଓ ଆର୍ତ୍ତତ୍ରାଣ ଥନାପତି ଗଙ୍ଗାଧରଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ।

Omkar Vasthu
Omkar Vasthu

ଏହି ଉତ୍ସବରେ ପ୍ରଥମ ବର୍ଷର ଛାତ୍ରୀ ତପସ୍ଵିନୀ ମିଶ୍ର, ପ୍ରତିଭା ଖମାରୀ ଓ ସମୀକ୍ଷା ପଧାନ ଆବାହନୀ ସଂଗୀତ ମାଧ୍ୟମରେ କବିତା ପାଠ କରିଥିଲେ। ଅଧ୍ୟାପକ ଚିନ୍ମୟା ନନ୍ଦ ପାତ୍ର ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଲଭଲି ଶ୍ରୀ ମିଶ୍ର, ଅଧ୍ୟାପକ ମୁନା ମହାକୁଡ଼, ସତ୍ୟ ନାରାୟଣ ପଣ୍ଡା, ଅଣ ଶିକ୍ଷକ କର୍ମଚାରୀ ସୁନିଲ ମିଶ୍ର, ମିନ କେତନ କର୍ମୀ ପ୍ରମୁଖ ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଆର୍ତ୍ତତ୍ରାଣ ମହାକୁଡ଼। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.