ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଜାତୀୟ ଶିକ୍ଷକ ପୁରସ୍କାର ପାଇବା ପାଇଁ କେନ୍ଦ୍ରୀୟ କମିଟି ତରଫରୁ ମନୋନୀତ ହୋଇଛନ୍ତି। ତାଙ୍କୁ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିବେ। ଏହାକୁ ନେଇ ନର୍ଲାରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଥିବା ବେଳେ ନର୍ଲାର ତାଙ୍କ ଶୁଭେଛୁ ବୃନ୍ଦଙ୍କ ତରଫରୁ ନଗେନ୍ଦ୍ର ପଧାନଙ୍କ ନେତୃତ୍ଵରେ ଆଜି ସଂଧ୍ୟା ୭ ଘଣ୍ଟା ସମୟରେ ପୁଷ୍ପଗୁଚ୍ଛ ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅରୁଣ ପ୍ରଧାନୀ, ପିତାମ୍ବର ଗଉଡ, କୁମୁଦ ନାଏକ, ଯୁବ ନେତା ପ୍ରଦୀପ ନାଏକ, ଅବସରପ୍ରାପ୍ତ ଶିକ୍ଷକ ମଧୁ ରାଉତ, ଶିକ୍ଷକ କ୍ଷିତିଶ ମାଝୀ, ବିନୟ କିଶୋର ଦାସ, ଯତୀନ୍ଦ୍ର ସାହୁ, ବିଭୁତି ସାହୁ, ନରସିଂହ ଥପା, ବେଣୁ ଗଉଡ, ଦେବରାଜ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।