ସନ୍ତୋଷ କୁମାର କରଙ୍କୁ ନର୍ଲା ସାମ୍ୱାଦିକ ୟୁନିଅନ ତରଫରୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଜାତୀୟ ଶିକ୍ଷକ ପୁରସ୍କାର ପାଇବା ପାଇଁ କେନ୍ଦ୍ରୀୟ କମିଟି ତରଫରୁ ମନୋନୀତ ହୋଇଛନ୍ତି। ତାଙ୍କୁ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିବେ।

ଏହାକୁ ନେଇ ନର୍ଲାରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଥିବା ବେଳେ କଳାହାଣ୍ଡି ସାମ୍ୱାଦିକ ୟୁନିଅନ ନର୍ଲା ଶାଖାର ବରିଷ୍ଠ ସଦସ୍ୟ ସାମ୍ୱାଦିକ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ସୁନୀଲ କୁମାର ଧଙ୍ଗଡାମାଝୀ, ଅନୀଲ କୁମାର ଅଗ୍ରୱାଲ, ଦୀପକ କୁମାର ମହାନ୍ତି, ରଞ୍ଜନ କୁମାର ମହାନ୍ତି ପ୍ରମୁଖ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ଼ ପ୍ରାଙ୍ଗଣରେ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ବିଜ୍ଞାନ ଶିକ୍ଷକ ସନ୍ତୋଷ କର ହେଉଛନ୍ତି ଆମ ଅଞ୍ଚଳ କାହିକିଁ ଆମ ଜିଲ୍ଲା ଓ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ। ତାଙ୍କ ଭଳି ଜଣେ ସୁପୁତ୍ରକୁ ପାଇ ନର୍ଲା ମାଟି ଆଜି ଧନ୍ୟ ହୋଇଛି। ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରୁଛୁ ବୋଲି ବରିଷ୍ଠ ସାମ୍ବାଦିକ ଶ୍ରୀ ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ। ଓଡ଼ିଶା ସାମ୍ୱାଦିକ ୟୁନିଅନ ନର୍ଲାର ଭାଇ ମାନେ ମୋତେ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରି ମୋ ଦ୍ଵାରା ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଦୂର ପ୍ରସାର ପ୍ରଚାର କରି ମୋତେ ହାଇଲାଇଟ୍ କରିବା ସହ ମୋତେ ପ୍ରେରଣା ଦେଇଛନ୍ତି। ଆଜି ଆପଣ ମାନଙ୍କ ଆଶୀର୍ବାଦରୁ ମୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ପହଞ୍ଚି ପାରିଛି। ମୋର ସ୍ବପ୍ନ ସାକାର ହୋଇଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.