ନର୍ଲାରୋଡ ଦୁର୍ଗାପୂଜା ପାଇଁ କର୍ମକର୍ତ୍ତା ଚୟନ

ପାଣିପାଗ ଦେଖି ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ -ସଭାପତି ହମେଶ କୁମାର ଜୈନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡର ବହୁ ପ୍ରସିଦ୍ଧ ଶାରଦୀୟ ଦୁର୍ଗାପୂଜା ପାଇଁ ସ୍ଥାନୀୟ ଦୁର୍ଗା ମନ୍ଦିରରେ ଗତବର୍ଷ ଦୁର୍ଗାପୂଜା କମିଟିର ସଭାପତି ହମେଶ କୁମାର ଜୈନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗତବର୍ଷ ନବରାତ୍ରୀ ପୂଜାରେ ଦେଖା ଦେଇଥିବା ଛୋଟ ମୋଟ ତୃଟି ଗୁଡିକ ଉପରେ ଆଲୋଚନା କରାଯିବା ସହ ଏହା ଉପରେ ସମୀକ୍ଷା କରାଯାଇ ଚଳିତ ବର୍ଷ ଏହାର ପୁନରାବୃତ୍ତି ଯେମିତି ନଘଟେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାପାଇଁ ବୈଠକରେ ମତପ୍ରକାଶ ପାଇଥିଲା। ଏହାପରେ ଗତ ବର୍ଷ ପୂଜାରେ ଖର୍ଚ୍ଚ ହୋଇଥିବା ଅଟକଳ ଉପରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ବାରମ୍ବାର ଲଘୁଚାପ ବର୍ଷା ହେଉଛି। ଅକ୍ଟୋବର ମାସ ପୂଜା ସମୟରେ ମଧ୍ୟ ଲଘୁଚାପ ର ସମ୍ଭାବନାକୁ ଦୃଷ୍ଟିରେ ରଖି ମନୋରଞ୍ଜନର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି। ବିଜୟା ଦଶମୀ ସନ୍ଧ୍ୟା ରେ ମୁଖ୍ୟ ଆକର୍ଷଣ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଥିଲା। ଏହାପରେ ଚଳିତ ବର୍ଷ ର ପୂଜା ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବରେ ସର୍ବସମ୍ମତି କ୍ରମେ ହମେଶ କୁମାର ଜୈନ, ଉପ ସଭାପତି ଭାବରେ ବିମଲ କୁମାର କେଡିଆ ସଧାରଣ ସମ୍ପାଦକ ଭାବରେ ରାଜା ପରିଡା, ଯୁଗ୍ମ ସମ୍ପାଦକ ଭାବରେ ଅମର ରାଉତ, କୋଷାଧ୍ୟକ୍ଷ ଭାବରେ ବାବୁଲା ରାଉତ ଓ ବିନାୟକ ମହନ୍ତ, ଭଣ୍ଡାର ଗୃହ ଦାଇତ୍ୱ ଜାହରଲାଲ ବିଶ୍ୱାଳଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ ସଂକୀର୍ତ୍ତନ ପଧାନ, ଲିଙ୍ଗରାଜ ମିଶ୍ର, ନିକୁଞ୍ଜ ଓଝା, ସନ୍ତୋଷ କର, ଜହରାଲାଲ ବିଶ୍ଵାଳଙ୍କୁ ରଖା ଯାଉଥିଲା। ଏହା ସହ ଅନ୍ୟାନ୍ୟ ପାର୍ଶ୍ୱ କମିଟି ଗୁଡିକ ମଧ୍ୟ ଗଠନ କରାଯାଇ ଏବଠୁଁ ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଆଗେଇ ନେବାପାଇଁ ସଭାପତି ଶ୍ରୀ ଜୈନ ଅନୁରୋଧ କରିଥିଲେ।

ପ୍ରସ୍ତୁତି ବୈଠକରେ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ନୀଳକଣ୍ଠ ବେହେରା, ଆଶିଷ ରାଉତ, ଶିପୁ ଜେନା, ସୂରଜ (ଫକ)ଦାସ, ସୋନୁ ଶବର ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ପୂଜାରେ ଚଳିତ ବର୍ଷ ପୁରୀରୁ ପୂଜକ ଟିମ କୁ ପୂଜା ନିମନ୍ତେ ନିମନ୍ତ୍ରଣ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା। ଚଳିତ ବର୍ଷ ଶୃଙ୍ଖଳା ଦୃଷ୍ଟିରୁ ନର୍ଲା ପୋଲିସକୁ ଲିଖିତ ଭାବରେ ଜଣାଇବା ସହିତ ଅନୁଷ୍ଠାନର ସଦସ୍ୟ ଓ କର୍ମକର୍ତ୍ତା ମାନେ ସୁରକ୍ଷାର ସମ୍ପୂର୍ଣ୍ଣ ଦାଇତ୍ୱ ତୁଲାଇବେ ବୋଲି ନିଷ୍ପତି ନିଆଯାଇଥିବା ଶ୍ରୀ ଜୈନ ସୂଚନା ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.