ସୁବର୍ଣ୍ଣପୁର ଜିଲ୍ଲାରେ ଅନଲାଇନ୍ ଜୁଆରୁ କୋଟି କୋଟି ଟଙ୍କା ଠକେଇ, ହତାସ ନିବେଶକାରୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାରେ ଅନଲାଇନ୍ ଜୁଆ ଖେଳ ବୃଦ୍ଧି ପାଉଥିବା ବେଳେ ଅନେକ ଲୋକ ଠକାମୀ ର ଶିକାର ହେଉଛନ୍ତି। କିଛି ଦିନ ତଳେ ଜିଲ୍ଲାର ତରଭା ଅଞ୍ଚଳ ସମେତ ସହରରେ ଅନେକ ସ୍ଥାନରେ କୋଟି କୋଟି ଟଙ୍କା ହରାଇଛନ୍ତି ଗ୍ରାହକ। ଏ ନେଇ ତରଭା ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ଅନ୍‌ଲାଇନ୍‌ରେ ଜାଲ ବିଛାଇଥିଲା ସ୍ୱିଜର୍‌ଲ୍ୟାଣ୍ଡ୍‌ର ଏକ ସଂସ୍ଥା। ରନ୍‌ଲିଭ୍ ( RunLve ) ନାମକ ଆପ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ ଲିଙ୍କ୍ ଦେଇ ୱେବ୍‌ସାଇଟ୍‌ରେ ଖେଳାଉଥିଲା ଜୁଆ।

ଟଙ୍କା ଦେଲେ ୨ ଗୁଣା ପାଉଥିଲେ ଲୋକେ। କିନ୍ତୁ ଏବେ କୋଟି କୋଟି ଟଙ୍କା ଠକି ନେବା ପରେ କାନମୁଣ୍ଡା ଆଉଁଷିଲେ ୟୁଜର୍। ମାଷ୍ଟର ମାଇଣ୍ଡ୍‌ର ଲୁଟ୍‌ର ଜାଲରେ ଛନ୍ଦି ହୋଇଥିଲେ ଶହ ଶହ ସଂଖ୍ୟାରେ ସାଧାରଣ ଲୋକ। କିଛିଦିନ ତଳୁ ଏହା ଚାଲୁଥିବା ବେଳେ ଏ ନେ଼ଇ ତରଭାର ଜଣେ ଯୁବକ ପ୍ରଥମେ ଲିଙ୍କ୍ ପାଇ ପରେ ଏଜେଣ୍ଟ ସାଜିଥିଲେ। ସହରର ଏକ କଲ୍ୟାଣ ମଣ୍ଡପ ରେ ସ୍ଥାନୀୟ ପୁରୁଷ ଓ ମହିଳାଙ୍କୁ ନେଇ ଏକ ଭୋଜିଭାତ ଆୟୋଜନ ସହ ରନ୍‌ଲିଭ୍ ବିଷୟରେ ବୁଝାଇବା ସହ ବ୍ୟାପକ ଗ୍ରାହକ ଯୋଗାଡ କରିଥିବା ଫୋଟ ଓ ଭିଡିଓ ଭାଇରାଲ ହେଇଛି।

ଏ ନେଇ କିଛି ଗ୍ରାହକ କହିଛନ୍ତି ପ୍ରଥମେ ସେମାନଙ୍କ ଆକାଉଣ୍ଟକୁ କିଛି ଟଙ୍କା ଲାଭ ଆକାରରେ ଆସିଥିଲା। ଏହାର ବ୍ୟାପକ ପ୍ରଚାର ପ୍ରସାର ଫଳରେ ବହୁ ଲୋକ ଏହି ଆପ୍ ରେ ଟଙ୍କା ଲଗାଇଥିଲେ। କିନ୍ତୁ କିଛି ଦିନ ହେବ ରନ୍‌ଲିଭ୍ (Runlve) ଆପ୍‌ରେ ଲୋକ ମାନେ ଯେଉଁ ଅର୍ଥ ବିନିଯୋଗ କରିଥିଲେ ତାହା କାମ କରୁନାହିଁ କିମ୍ବା ନିବେଶକାରୀ ମାନେ ସେମାନଙ୍କର ଟଙ୍କା କାଢି ପାରୁନାହାନ୍ତି। ଏହି ମ୍ୟାକେଟ୍‌ରେ ସହରର ଅନେକ ଯୁବକ, ଯୁବତୀ, ସରକାରୀ ଚାକିରିଆ ମଧ୍ୟ ଖେଳ ପରିଚାଳନାରେ ଅଂଶୀଦାର ଥିବା ଚର୍ଚ୍ଚା ହେଉଛି। କିଏ ଏହି ଖେଳକୁ ପ୍ରଥମେ ଆରମ୍ଭ କଲା, ସଧାରଣ ଲୋକଙ୍କୁ ଭୂଆଁ ବୁଲାଇ ଏତେ ବଡ ଗ୍ୟାକେଟ୍ ପଛରେ କିଏ ମାଷ୍ଟରମାଇଣ୍ଡ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ନେଇ ସ୍ଥାନୀୟ ପୋଲିସରେ ଏ ଯାଏଁ କେହି ଅଭିଯୋଗ କରି ନ ଥିବା ତରଭା ଆଇଆଇସି ଅନିତା କିଡୋ ଏବଂ ସୋନପୁର ସଦର ଆଇଆଇସି ରମେଶ କୁମାର ମାହାଣା କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.