ନର୍ଲା ଡ଼ିଗ୍ରୀ କଲେଜରେ ଏନଏସଏସ କାର୍ଯ୍ୟକ୍ରମର ୭ ଦିନିଆ ଶିବିର ଉଦ୍ଘାଟିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହା ବିଦ୍ୟାଳୟ ରେ ଏନଏସଏସ ସପ୍ତ ଦିବସୀୟ କାର୍ଯ୍ୟକ୍ରମ ଶିବିର ଉଦଘାଟନୀ ମହୋତ୍ସବ ମହା ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ନର୍ଲା ବନପାଳ ଭବାନୀ ଶଙ୍କର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ ପାଜ୍ଜ୍ଵଳନ ସହ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

କଲେଜ ଅଧ୍ୟକ୍ଷ ନାରାୟଣ ନାଏକ ମଞ୍ଚ ପରିଚାଳନା କରିଥିଲେ। ସମ୍ମାନୀତ ଅତିଥି ଭାବରେ ମହା ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କ୍ଷିରସିନ୍ଧୁ ସାହୁ। ମୁଖ୍ୟ ଅତିଥି ବନ ପାଳ ଶ୍ରୀ ନାଏକ ଏନଏସଏସ ପତାକା ଉତ୍ତୋଳନ କରିଥିଲେ। କର୍ଲାପଡ଼ା ଡ଼ିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ମୋହନ ପୁଟେଲ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଏନଏସଏସ ର ଗୁରୁତ୍ଵପୂର୍ଣ୍ଣ ଭୂମିକା ସମ୍ପର୍କରେ ବୁଝାଇଥିଲେ। ବୃକ୍ଷ ହିଁ ଜୀବନ। ପରିବେଶ ବିନା ଜୀବଜଗତ କଳ୍ପନା କରାଯାଇ ପାରେନା। ଏଣୁ ସମସ୍ତେ ଗୋଟାଏ ଲେଖାଏଁ ବୃକ୍ଷ ରୋପଣ କରି ସବୁଜ ବିଶ୍ଵ ସୃଷ୍ଟିରେ ସହାୟକ ହେବା ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।

ଡ଼ିଗ୍ରୀ ମହା ବିଦ୍ୟାଳୟର ଓଡ଼ିଆ ପ୍ରଧ୍ୟାପକ ତଥା ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ସୁଶାନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପିକା ସଂଘମିତ୍ରା ପଣ୍ଡା, କୌଶଲ୍ୟା ଗଡବା, ରମେଶ ଘଡେଇ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ଡ଼ିଗ୍ରୀ କଲେଜ ର ଷ୍ଟାଫ ଶ୍ୱେତ କୁମାର ନାଏକଙ୍କ ସହ ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ। ଇତ୍ୟବସରରେ ଡ଼ିଗ୍ରୀ କଲେଜ ପାଇଁ ନିର୍ମାଣାଧୀନ ଭବନ ପରିସରରେ ଅତିଥି ବୃନ୍ଦ ଓ ଛାତ୍ରଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.