ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ବିଭିନ୍ନ ବୈଠକ ଓ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ରବିବାର ତିନୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା କଳାହାଣ୍ଡି ବିଭାଗ ପ୍ରମୁଖ ବିପିନ ବିହାରୀ ମିଶ୍ର ଏବଂ ବ୍ରଜବିହାର ପ୍ରଧାନାଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ।ବିଶେଷ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ନେଇ ବିଦ୍ୱତ ପରିଷଦ ବୈଠକରେ ବର୍ତ୍ତମାନର ସମୟକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ର ନିର୍ମାଣରେ ନାଗରିକର କର୍ତ୍ତବ୍ୟ ଉପରେ ଆଲୋଚନା ହୋଇଥିଲା।

କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦକ୍ଷିଣ ସମ୍ଭାଗ ସଭାପତି ରୁପସିଂ ରାଉତ, କଳାହାଣ୍ଡି ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ର, ଦକ୍ଷିଣ ସମ୍ଭାଗ ସମ୍ପାଦକ ଦୁଷ୍ମନ୍ତ ରଥ, କାର୍ଯ୍ୟଳୟ ପ୍ରମୁଖ କର୍ଣ୍ଣ ନାଏକ, ବ୍ରଜବିହାର ଶିଶୁ ମନ୍ଦିର ସଭାପତି ଦୀନବନ୍ଧୁ ମୁଣ୍ଡ, ପ୍ରଧାନଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ଏବଂ ଜିଲ୍ଲାର କୋଣ ଅନୁକୋଣକରୁ ଅନେକ ବିଜ୍ଞ ପ୍ରଜ୍ଞଙ୍କ ଯୋଗଦାନ ରହିଥିଲା କାର୍ଯ୍ୟକ୍ରମରେ। ସମାଜକୁ ବାର୍ତ୍ତା ଦେବାକୁ ଚାହିଁଥିଲେ ବୁଦ୍ଧିଜୀବୀ। ଆଜିର ଯୁବବନ୍ଧୁମାନେ ଜାଗ୍ରତ ହୁଅନ୍ତୁ ଏବଂ ରାଷ୍ଟ୍ର ନିର୍ମାଣରେ କିଛି ସମୟ ଉପଯୋଗ କରନ୍ତୁ ବୋଲି ମତ ପ୍ରକାଶ ପାଇଥିଲା। 

ଏଥି ସହିତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶିଶୁ ମନ୍ଦିରର ୩୮ ଜଣ ପ୍ରଧାନଆଚାର୍ଯ୍ୟଙ୍କୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ବିଭିନ୍ନ ରୂପରେଖକୁ ନେଇ ଆଲୋଚନା କରାଯାଇଥିଲା।

ଶିଶୁ ମନ୍ଦିର ଅନୁଷ୍ଠାନର ମୂଳଦୁଆ ଆରମ୍ଭ ହୁଏ ଶିଶୁ ବାଟିକାରୁ। ଶିଶୁର ସର୍ବାଙ୍ଗ ଉନ୍ନତି ହୋଇଥାଏ ମାଆର ସ୍ନେହ ଶ୍ରଦ୍ଧାରେ ଏବଂ ବାଟିକାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ। ବିଭାଗ ସ୍ତରୀୟ ଶିଶୁ ବାଟିକା ପ୍ରମୁଖ ଓ କର୍ମଶାଳାର ଆୟୋଜନ କରାଯାଇଥିଲା ଏବଂ ଏଥିରେ କଲାହାଣ୍ଡି ଜିଲ୍ଲାର ସର୍ବମୋଟ ୩୭ଟି ବାଟିକା ପ୍ରମୁଖ, ୨୫ଟି ଶିଶୁ ଭାଇଭଉଣୀ ସହ ସେମାନଙ୍କ ମାଆମାନେ ଯୋଗ ଦେଇଥିଲେ। ସମ୍ଭାଗ ଶିଶୁବାଟିକା ପ୍ରମୁଖ ଦ୍ରୌପଦୀ ପ୍ରଧାନ ଶିଶୁଙ୍କୁ ବିଭିନ୍ନ ଖେଳ ମାଧ୍ୟମରେ ବୁଝେଇ ଥିଲେ, କଳାହାଣ୍ଡି ଶିଶୁବାଟିକା ପ୍ରମୁଖ ସ୍ମିତା ବିଶ୍ୱାଳ କହିଥିଲେ ଶିଶୁଙ୍କୁ ପୂଜା ଘର, ରୋଷେଇ ଘର, ଆମ ଘରର ଭିନ୍ନତା ବିଷୟରେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦକ୍ଷିଣ ସମ୍ଭାଗ ପ୍ରମୁଖ କର୍ଣ୍ଣ ନାଏକ, ଭବାନୀପାଟଣାର ତିନୋଟି ବିଦ୍ୟାଳୟ ପ୍ରମୁଖ ସୁଧୀର କୁମାର ପାତ୍ର, ସୁକାନ୍ତି ଦାଶ ଏବଂ ଜ୍ୟୋତିର୍ମୟ ହରପାଲ।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଶିଶୁଙ୍କ ପ୍ରତି କାର୍ଯ୍ୟକଳାପରେ ମାଆଙ୍କ ସ୍ନେହର ହାତ ରହିବା ନିହାତି ଆବଶ୍ୟକ ଏବଂ ଶିଶୁ ଖୁସି ମନରେ ବିଦ୍ୟାଳୟକୁ ଆସିବ, ଖେଳି ଖେଳି ଶିଖିଵ। ସମସ୍ତ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ ବିଦ୍ୟାମନ୍ଦିର ପ୍ରମୁଖ ସୁଧୀର କୁମାର ନେଗୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.