ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଗଣଶିକ୍ଷା ଵିଭାଗକୁ ଚିଠି ଲେଖିଲେ ଫୁଲବାଣୀ ବିଧାୟକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗର ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୌଧୁରୀ ଫୁଲବାଣୀ ବିଧାୟକ ଉମାଚ଼ରଣ ମଲ୍ଲିକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ଏହାକୁ ଫୁଲବାଣୀ ବିଧାୟକ ଅତି ଗମ୍ଭୀରତାର ସହ ନେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚ଼ିବ  ଶାଳିନୀ ପଣ୍ଡିତଙ୍କୁ ଚିଠି କରିଛନ୍ତି।

Omkar Vasthu
Omkar Vasthu

ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ପି.ଡବ୍ଲୁ.ଡ଼ି ଆକ୍ଟ ୧୯୯୫, ଆର.ପି.ଡବ୍ଲୁ.ଡ଼ି ଆକ୍ଟ ୨୦୧୬ ଏବଂ ଆର.ଟି.ଇ ଆକ୍ଟ ୨୦୦୯ ରହିଛି ତତସହିତ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ‌ ୨୦୨୧ ମସିହା ଅକ୍ଟୋବର ୨୮ ତାରିଖ ଡବ୍ଲୁ.ପି (ସି) ୧୩୨ ଅଫ୍ ୨୦୧୬ ରହିଛି। ସାଧାରଣ ବିଦ୍ୟାଳୟରେ କେତେ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି ବୋଲି ବିଧାନସଭାର ପ୍ରଶ୍ନର ଉତ୍ତରରୁ‌ ଜଣାପଡିଛି ଯେ, ପ୍ରତ୍ୟେକ ବର୍ଷ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଅଧାରୁ ପାଠ ଛାଡୁଛନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ତାଲିମ୍ ପ୍ରାପ୍ତ ଶିକ୍ଷକ ନିଯୁକ୍ତି ହୋଇନଥିବା ଏହାର ମୁଖ୍ୟ କାରଣ। ତେବେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ଫୁଲବାଣୀ ବିଧାୟକଙ୍କ ପଦକ୍ଷେପକୁ ଓଏସ୍ଇଏଫଡ଼ି ସଂଘ ସାଧୁବାଦ ଜଣାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.