ରାଉଳପଲି ଗଣେଶ ପୂଜାରେ ୫୦୦୮ ଦୀପଦାନ ଓ ୧୦୮ ଆଳତି 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରାଉଳ ପଲି ଗ୍ରାମରେ ଦୀର୍ଘ ଆଠ ଦିନ ହେଲା ଚାଲିଥିବା ଗଣେଶ ପୂଜା ଉତ୍ସବ ସ୍ଥଳୀରେ ଆଜି ସ୍ଥାନୀୟ ଯୁବଗୋଷ୍ଟିଙ୍କ ସଂଯୋଜନା ଏବଂ ସମସ୍ତ ଗ୍ରାମବାସୀ, ନେତା, କର୍ମୀଙ୍କ ସହଯୋଗରେ ୫୦୦୮ ଦୀପଦାନ ସହ ୧୦୮ ଆଳତି ବରିଷ୍ଟ ଯୁବନେତା ତଥା ସମାଜସେବୀ ନିର୍ମଳ ଚନ୍ଦ୍ର ସାହୁଙ୍କ ତତ୍ୱା ବଧାନ ତଥା ଉପସ୍ଥିତିରେ ଆରମ୍ଭ କରାଯାଇଥିଲା। ଆଜିର ଏହି ମହାନ କାର୍ଯ୍ୟକ୍ରମରେ ସମସ୍ତ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ତା ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜାମୁନି ଗ୍ରାମର ସରପଞ୍ଚ ଇନ୍ଦ୍ରଜିତ ନାୟକ ଓ ଗ୍ରାମବାସୀ, ଯୁବ ଗୋଷ୍ଠିଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.