ଲାଞ୍ଜିଗଡ ଦୁର୍ଗାପୁଜା ପାଇଁ ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ସହରର କମ୍ୟୁନିଟି ହଲ ଠାରେ ଦୁର୍ଗାପୁଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିକୁ ୫୮ବର୍ଷ ହେଲା ଲାଞ୍ଜିଗଡ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଦେବୀଦୁର୍ଗାଙ୍କ ପୁଜା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ଦୁର୍ଗାପୁଜା ମହା ଆଡମ୍ବରରେ ପାଳନ କରାଯିବ ବୋଲି ଉକ୍ତ ବୈଠକରେ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ ସୁଚନା ଦେଇଛନ୍ତି। ଏହି ବୈଠକରେ ଚଳିତ ବର୍ଷ ଦୁର୍ଗାପୁଜା ପାଇଁ ନୁତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ଦୁର୍ଗାପୁଜାର ନୂତନ ସଭାପତି ଭାବେ ଏମ.ଚନ୍ଦ୍ର ଶେଖର,କାର୍ଯ୍ୟକାରୀ ସଭାପତି ଭାବେ ସୁମନ୍ତ ଦଳବେହେରା, ସମ୍ପାଦକ ଭାବେ ରାଘବ ଗହୀର ଓ କୋଷାଧ୍ୟକ୍ଷ ଭାବେ ଜୟନ୍ତ ମହାଖୁଡ ମନୋନିତ ହୋଇଛନ୍ତି। ଲାଞ୍ଜିଗଡ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଶ୍ରୀଧର ପେସନିଆ, ରାଜେନ୍ଦ୍ର ପ୍ରତାପ ସିଂ ଦେଓ,ଚନ୍ଦ୍ରଧ୍ୱଜ ପେଶନିଆ, କାମରାଜ ଦଳବେହେରା,ସୁବାଷ ମହାପାତ୍ର, ଯୁଜେଷ୍ଟିର ପାତ୍ର, ସଞ୍ଜିବ ପେସନିଆ, ଶ୍ରୀମୁଖ ଅଗସ୍ତି ,ଭୁପେନ୍ଦ୍ର ମହାରଥା, କାର୍ତ୍ତିକ ଓଡିଆ, କୃଷ୍ଣ ଚନ୍ଦ୍ର ମହାରଣା ପ୍ରମୁଖଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା। ଏହି ବୈଠକରେ ଲାଞ୍ଜିଗଡ ଅଞ୍ଚଳବାସୀ ସମେତ ଲାଞ୍ଜିଗଡ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ କର୍ତ୍ତା ଭାବେ ରାମ ଚନ୍ଦ୍ର ସିଂ ଓ ତାଙ୍କ ଧର୍ମପତ୍ନୀ ଜାନକି ସିଂ ଦାଇତ୍ୱ ନିର୍ବାହ କରିବେ ବୋଲି ପୁଜା କମିଟି ପକ୍ଷରୁ ସୁଚନା ଦିଆଯାଇଛି। ଏହି ଦୁର୍ଗାପୁଜା ୫ଦିନଧରି ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆହୋଜନ କରାଯାଇଛି ବୋଲି ପୁଜା କମିଟି ତରଫରୁ ସୁଚନା ଦିଆଯାଇଛି। ଶେଷରେ ଲାଞ୍ଜିଗଡ ଯୁବକ ସଂଘ ସମ୍ପାଦକ ଭୁପେନ୍ଦ୍ର ମହାରଥା ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.