ଏ ବର୍ଷର ‘ଅକ୍ଷର କଥାକାର ସମ୍ମାନ’ ପାଇବେ କଥାଶିଳ୍ପୀ ପ୍ରଦୋଷ ମିଶ୍ର : ୨୯ରେ ହେବ ପୁରସ୍କାର ପ୍ରଦାନ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ କ୍ଷୁଦ୍ରଗଳ୍ପ ରଚନାରେ ଜଣେ ସିଦ୍ଧହସ୍ତ କଥାଶିଳ୍ପୀ ପ୍ରଦୋଷ ମିଶ୍ର ଚଳିତବର୍ଷ ନିମନ୍ତେ ‘ଅକ୍ଷର କଥାକାର ସମ୍ମାନ’ ପାଇବେ। ଏହି ସମ୍ମାନ ବାଲେଶ୍ଵରର ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ଅନୁଷ୍ଠାନ ‘ପ୍ରଜାପତି’ର ସାହିତ୍ୟ ଶାଖା ‘ଅକ୍ଷର’ର ଏକ ମର୍ଯ୍ୟାଦାଜନକ ରାଜ୍ୟସ୍ତରୀୟ ସମ୍ମାନ। ଏହା ରାଜ୍ୟର ଜଣେ ବିଶିଷ୍ଟ ତଥା ଯଶସ୍ୱୀ ଗାଳ୍ପିକ ଓ ଔପନ୍ୟାସିକଙ୍କୁ ପ୍ରଦାନ କରାଯାଇ ଓଡ଼ିଆ କଥାସାହିତ୍ୟ ରଚନାରେ ବ୍ରତୀ ଲେଖକଙ୍କୁ ପ୍ରୋତ୍ସାହନ ଦେବା ଅଭିପ୍ରାୟରେ ଆରମ୍ଭ କରାଯାଇଛି ବୋଲି ଏକ ପ୍ରେସ୍ ବିବୃତିରେ ଅନୁଷ୍ଠାନର ମୁଖ୍ୟ କବି ପ୍ରଶାନ୍ତ ଦାସ ଜଣାଇଛନ୍ତି।

Omkar Vasthu
Omkar Vasthu

ଆସନ୍ତା ୨୯ ତାରିଖ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଆତିଥ୍ୟ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ଏକ ମନୋଜ୍ଞ ସାରସ୍ୱତ ସମାବେଶରେ କଥାଶିଳ୍ପୀ ଶିଳ୍ପୀ ପ୍ରଦୋଷ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସମ୍ମାନ ସ୍ଵରୂପ ସ୍ୱରୂପ ନଗଦ ଅର୍ଥରାଶି, ମାନପତ୍ର ଉପଢୌକନ ସାଙ୍ଗକୁ ନାଗରିକ ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ ଯେ, କଥାଶିଳ୍ପ ଶିଳ୍ପୀ ପ୍ରଦୋଷ ମିଶ୍ରଙ୍କର ୧୬ଟି ଗଳ୍ପ ସଂକଳନ ସାଙ୍ଗକୁ ୧୧ଟି ଉପନ୍ୟାସ, ହିନ୍ଦି ଓ ଇଂରାଜୀରେ ଅନୂଦିତ ୭ଟି ପୁସ୍ତକ, ଗୋଟିଏ ଭ୍ରମଣ କାହାଣୀ ସମେତ ଆନୁଷ୍ଠାନିକ ସମ୍ମାନ ଓ ସ୍ଵୀକୃତି ଲାଭ କରି ଓଡ଼ିଆ ଗଳ୍ପ ଓ ଉପନ୍ୟାସ ପିପାସୁ ପାଠକ ମହଲରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ସମକାଳର ଲେଖକ ଓ ପାଠକଙ୍କର ପ୍ରିୟ କଥାଶିଳ୍ପୀ ଭାବରେ ପରିଚିତ ଓ ଆଦୃତ ଜଣେ ଉତ୍ସର୍ଗୀକୃତ ସ୍ରଷ୍ଟା। ସୂଚନାଯୋଗ୍ୟ ଯେ, ୨୦୨୩ରେ ଆରମ୍ଭ ହୋଇଥିବା ଉକ୍ତ ମର୍ଯ୍ୟାଦାଜନକ ସମ୍ମାନର ପ୍ରଥମ ପ୍ରାପକ ଥିଲେ ବିଶିଷ୍ଟ କଥାଶିଳ୍ପୀ ଆର୍ଯ୍ୟ ଯଜ୍ଞଦତ୍ତ। ଉକ୍ତ ସାହିତ୍ୟ ସମାବେଶରେ ବାଲେଶ୍ବର ମାଟିର କଥାସାହିତ୍ଯର ଏକ ବିଶେଷ ଉତ୍ସବର ମିଳନ ପର୍ବରେ ‘ଅକ୍ଷର କଥାକାର ସମ୍ମାନ ୨୦୨୪’ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି କବି ପ୍ରଶାନ୍ତ ଦାସ, ସଂପାଦକ ରାଜେଶ ଗିରି ଓ ସଂଯୋଜକ ବିପ୍ଳବ ଦାସମହାପାତ୍ର ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.