ବେସାହାରାଙ୍କ ସାହାରା ସାଜିଛି ବୁଢ଼ାରଜା ସ୍ବେଚ୍ଛାସେବୀ ସଂଗଠନ

ଅସହାୟ ଅଜଣା ବ୍ୟକ୍ତି ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ରେଲୱେ ଷ୍ଟେସନ ପାଖରେ ବୁଲୁଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ ସ୍ବେଚ୍ଛାସେବୀ ମାନେ ଉଦ୍ଧାର କରିଛନ୍ତି। ପରେ ତାଙ୍କୁ ଥାନାକୁ ଆଣିବା ପରେ ବ୍ୟକ୍ତିଟି ଭିନ୍ନକ୍ଷମ ତଥା କଥାବାର୍ତ୍ତା କରିପାରୁ ନ ଥିବା ଜଣାପଡ଼ିଥିଲା। ପରେ ବୁଢ଼ାରଜା ସ୍ବେଚ୍ଛାସେବୀ ସଂଗଠନକୁ ଖବର ପହଞ୍ଚିଥିଲା।

ସଂଗଠନର କାର୍ଯ୍ୟକର୍ତ୍ତା ଥାନାଧିକାରୀଙ୍କ ସହ କଥାବାର୍ତ୍ତା କରି ବ୍ୟକ୍ତିଙ୍କୁ ସ୍ଥାନୀୟ ବୁଢ଼ାରଜା ଛକ ଠାରେ ଥିବା ଆଶ୍ରମରେ ରଖିଥିବା ବେଳେ ଆଜି ତାଙ୍କ ବାଳ, ଦାଢି କାଟିବା ସହ ନୂଆ ବସ୍ତ୍ର ଦେଇ ତାଙ୍କର ଉପଯୁକ୍ତ ଯତ୍ନ ନେବା ସହ ଖାଇବାର ସୁବନ୍ଦୋବସ୍ତ କରିଛନ୍ତି। ତାଙ୍କର ଠିକଣା ଖୋଜା ଚାଲିଛି ଏବଂ ଯଦି କେହି ଜାଣି ପାରିବେ ତାହେଲେ ବୁଢ଼ାରଜା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ୯୪୩୮୮୩୫୦୨୫ ନମ୍ବରରେ ଯୋଗାଯୋଗ କରିବା ପାଇଁ ସଂଗଠନ ର ସଦସ୍ୟ ଅନୁରୋଧ କରିଛନ୍ତି। ଯଦି ଠିକଣା ନ ମିଳେ ତାହେଲେ ବୁଢ଼ାରଜା ପରିସର ଆଶ୍ରମରେ ବ୍ୟକ୍ତିଙ୍କୁ ରଖାଯିବା ନେଇ ସଂଗଠନର ସଭାପତି ଶିବ ଶଙ୍କର ନାଏକ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.