ସରସ୍ବତୀ ଶିଶୁମନ୍ଦିରରେ ମାତୃ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ସ୍ଥିତ ସରସ୍ବତୀ ଶିଶୁମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆଙ୍କ ତତ୍ତ୍ବାବଧାନରେ ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ଶର୍ମିଷ୍ଠା କୁମାରୀ ନାୟକ ପରିଚାଳନା କରିଥିଲେ |

ଏହି ସମ୍ମିଳନୀରେ ଦକ୍ଷିଣ ପୂର୍ବ ସମ୍ଭାଗର ଶିଶୁବାଟିକା ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଅରୁଣ କୁମାର ବାଗ ପ୍ରଦୀପ ପ୍ରଜ୍ଜଲନ କରି ମା ମାନଙ୍କୁ ଶିଶୁଙ୍କ କିପରି ଯତ୍ନ ନିଆଯାଇପାରିବ ଅତିସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ | ସେହିପରି ପ୍ରଧାନଆଚାର୍ଯ୍ୟ ମଧ୍ଯବିଭିନ୍ନ ଗୀତ ମାଧ୍ଯମରେ କିପରି ଶିଶୁଙ୍କ ଯତ୍ନ ନିଆଯାଇ ପାରିବ ସରଳ ଭାବରେ ବୁଝାଇଥିଲେ |

ବିଦ୍ୟାଳୟର ଗୁରୁମା ପ୍ରଜ୍ଞା ରାଣୀ ପଟ୍ଟନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ | ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ ପରିଶେଷରେ ଶ୍ରୀମା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ |ଏଥିରେ ପ୍ରାୟ ୭୫ ଜଣ ମାଆ ଯୋଗଦେଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.